ବନ୍ଦ କରନ୍ତୁ

ସମ୍ବଲେଶ୍ଵରୀ ମନ୍ଦିର

ନିର୍ଦ୍ଦେଶ

ଶ୍ରୀ ଶ୍ରୀ ସମ୍ବଲେଶ୍ଵରୀ, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଏବଂ ପଶ୍ଚିମ ଓଡିଶା ତଥା ଛତିଶଗଡ ରାଜ୍ୟର ମୁଖ୍ୟ ଧାର୍ମିକ ଶକ୍ତି ପୀଠ  । ପୁରାତନକାଳରୁ ଦେବୀ ମାଁ  ସମ୍ବଲେଶ୍ଵରୀ ମହାନଦୀର କୂଳେ  ଜଗତଜନନୀ, ଆଦିଶକ୍ତି, ମହାଲକ୍ଷ୍ମୀ ଓ ମହାସରସ୍ବତୀ ରୂପେ ପୂଜା ପାଇ ଆସୁଛନ୍ତି । ଏହି ଅଞ୍ଚଳ ଏକ ଉତ୍କୃଷ୍ଠ ସଂସ୍କୃତି ଓ ଐତିହ୍ୟ ପାଇଁ  ଜଣାଶୁଣା । ସମ୍ବଲପୁର  ପ୍ରାଚୀନ କାଳରେ ହିରାଖଣ୍ଡ ନାମରେ ଜଣା ଯାଉଥିଲା । ଟୋଲେମି ଏହି ଅଞ୍ଚଳକୁ  ସମ୍ବାଳକ ରୂପେ ବର୍ଣନା କରିଛନ୍ତି । ଇଂରାଜୀ ଇତିହାସକାର ଏଡୱାର୍ଡ ଗିବ୍ସନ ଓ ଫ୍ରେଞ୍ଚ ଯାତ୍ରୀ ତାଭେରନୀରଙ୍କ ଅନୁସାରେ ସମ୍ବଲପୁର ରୁ ରୋମ କୁ ହୀରା ରପ୍ତାନି କରାଯାଉଥିଲା ।

ଫଟୋ ଗାଲେରୀ

  • ମାଁ ସମଲେଶ୍ଵରୀ
  • ସମଲେଶ୍ଵରୀ ମନ୍ଦିର
  • ସମଲେଶ୍ଵରୀ ମନ୍ଦିର

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନବନ୍ଦର – ସ୍ଵାମୀ ଆନ୍ତର୍ଜାତୀୟ ବିବେକାନନ୍ଦ ବିମାନବନ୍ଦର, ରାୟପୂର (୨୬୫ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୩୦୦କି.ମି) । ଶିଳ୍ପ ସହର ଝାରସୁଗୁଡା (୫୦ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୦ କି.ମି.) ଠାରେ ଏକ ଏୟାର ଷ୍ଟ୍ରିପ ଅଛି ।

ରେଳଗାଡ଼ିରେ

ନିକଟସ୍ଥ ରେଳ ଷ୍ଟେସନ ହେଉଛି ସମ୍ବଲପୁର : ୨ କି.ମି. .

ସଡ଼କ ପଥରେ

ସମ୍ବଲପୁର ପ୍ରାଇଭେଟ ବସ ଷ୍ଟାଣ୍ଡ ରୁ ଏହାର ଦୁରୋତ୍ଵ ୭ କି.ମି. । ରେଲୱେ ସ୍ଟେଶନ ଓ ବସ ଷ୍ଟାଣ୍ଡ ରୁ ଏଠାକୁ ଅଟୋ ଓ ଟ୍ଯାକ୍ସି ସହଜରେ ମିଳିପାରିବ ।