ସମ୍ବଲପୁର ବିକାଶ ପ୍ରାଧିକରଣ
ସମ୍ବଲପୁର ବିକାଶ ପ୍ରାଧିକରଣ, ସମ୍ବଲପୁର କୁ ସ୍ଵାଗତ।
ଓ ଡି ଏ ଆଇନ ୧୯୮୨ ର ଅନୁଭାଗ ୩ ଅନୁଯାଇ ଗୃହ ଓ ନଗର ଉନ୍ନୟନ ଭିଭାଗର ବିଜ୍ଞାପନ ସଂଖ୍ୟା ୩୦୯୬୪/HUD, ତା: ୧୫.୦୯.୧୯୯୫ ଦ୍ଵାରା ସମ୍ବଲପୁର ବିକାଶ ପ୍ରାଧିକାରୀ ତା:୦୨.୧୦.୧୯୯୫ ରେ ସଂସ୍ଥାପିତ ହୋଇଥିଲା । ତିନି ଗୋଟି ସହର ସମ୍ବଲପୁର , ବୁର୍ଲା ଏବଂ ହୀରାକୁଦ ସହ ୯୫ ଗୋଟି ସଂଲଗ୍ନ ମୌଜା କୁ ନେଇ ସମ୍ବଲପୁର ବିକାଶ ପ୍ରାଧିକାରୀ ମୋଟ ୪୮୮.୭୫ ବର୍ଗ କିଲୋମିଟର ବିଶିଷ୍ଠ କ୍ଷେତ୍ରଫଳରେ ସମ୍ପ୍ରସାରିତ । ପ୍ରାରମ୍ଭରୁ ସମ୍ବଲପୁର ବିକାଶ ପ୍ରାଧିକାରୀ , ଅଞ୍ଚଳର ସମସ୍ତ ପ୍ରକାର ଯୋଜନା ଓ ପ୍ରଣାଳୀବଦ୍ଦ ଉନ୍ନୟନକୁ ସୁନିଶ୍ଚିତ କରୁଛି । ସମ୍ବଲପୁର ବିକାଶ ପ୍ରାଧିକାରୀ ଏହାର ଉଦ୍ଦେଶ୍ୟ ଭୂମିକା ଓ ଦାୟିତ୍ଵଭରାନୁଯାୟୀ ସମ୍ବଲପୁରର ସାଧାରଣ ନାଗରିକଙ୍କ ଯୋଜନାବଦ୍ଧ ଉନ୍ନୟନ ସକାଶେ ବହୁ ସଂଖ୍ୟକ ସାମାଜିକ , ଆବାସିକ ଓ ବ୍ୟବସାୟୀକ ଯୋଜନା ହାତକୁ ନେଇଛି । ତାହାର ଅନୁରୂପ ବର୍ତ୍ତମାନ ସମ୍ବଲପୁର , ବୁର୍ଲା ଓ ହୀରାକୁଦରେ କାର୍ଯ୍ୟକାରିତ ।
ଲକ୍ଷ୍ୟ ଏବଂ ଦୃଷ୍ଟି:
ରାଜ୍ୟ ସରକାର ସମ୍ବଲପୁର ବିକାଶ ପ୍ରାଧିକାରୀଙ୍କ ଅନୁରୋଧ ମୁତାବକ ସମ୍ବଲପୁର ଅଞ୍ଚଳରେ ସଡକ ଓ ରେଲପଥର ସଂଯୋଗ ,ଶିକ୍ଷା ର ବିକାଶ ଏବଂ ସମ୍ଭାବନା ଇତ୍ୟାଦି କୁ ବିଚାର କୁ ନେଇ ଯୋଜନା ପରାମର୍ଶଦାତା GITCO ଅହମଦାବାଦ କୁ ସମ୍ବଲପୁର ର ବିକାଶକ୍ଷେତ୍ର ପାଇଁ ବ୍ୟାପକ ବିକାଶ ଯୋଜନା ପ୍ରସ୍ତୁତିର ଭାର ନ୍ୟସ୍ତ କରିଛନ୍ତି । ଏହି ବିକାଶ ଯୋଜନା ୨୦୩୦ ର ପାରିପ୍ରେକ୍ଷି ଲକ୍ଷ୍ୟରଖି ପ୍ରସ୍ତୁତ ଚାଲିଛି ଏହା ସହ ସମ୍ବଲପୁର ବିକାଶ ପ୍ରାଧିକାରୀ ସମ୍ବଲପୁର ବିକାଶ କ୍ଷେତ୍ର ପାଇଁ ଆଇନ (ଯୋଜନା ଏବଂ ନିର୍ମାଣ ମାନକ ବିନିୟମ) ଦ୍ଵାରା ଏକ ନିର୍ମାଣ ପ୍ରସ୍ତୁତ କରିଛନ୍ତି , ଯାହା ସ୍ଵୀକୃତ ଏବଂ ପ୍ରକାଶନ ର ଶେଷ ପ୍ରାନ୍ତରେ ପହଞ୍ଚିସାରିଛି ।
ଜମି ଓ ଗୃହ ର ଆବଣ୍ଟନ ତଥା ଜମିର ବିକ୍ରି ଓ ଅଧିକାର କୁ ସୁପ୍ରବାହ କରିବାପାଇଁ ସମ୍ବଲପୁର ଉନ୍ନୟନ ପ୍ରାଧିକାରୀ ଏକ ସ୍ଵତନ୍ତ୍ର ନିୟମ ସମ୍ବଲପୁର ଉନ୍ନୟନ ପ୍ରାଧିକାରୀ ଜମି (ଆବଣ୍ଟନ ଏବଂ ପରିସମାପ୍ତି) ନିୟମ ୨୦୧୬ ଏବଂ ସମ୍ବଲପୁର ଉନ୍ନୟନ ପ୍ରାଧିକାରୀ ସମ୍ପତ୍ତି (ପରିଚାଳନା ଏବଂ ଆବଣ୍ଟନ) ନିୟମ ୨୦୧୬ ପ୍ରସ୍ତୁତ କରିଛନ୍ତି ।
ସମ୍ବଲପୁର କୁ ଗୃହ ଓ ନଗର ଉନ୍ନୟନ ବିଭାଗ ର ବିଜ୍ଞକ୍ଟ ସଂଖ୍ୟା ୨୩୫୭୧/HUD ତା :୨୧.୧୧.୨୦୧୪ ଅନୁଯାୟୀ ମହାନଗର ନିଗମ ର ପାହ୍ୟା କୁ ଉନ୍ନତି କରାଯାଇଛି । ଏହି ସ୍ଵାତ୍ରେ ସମ୍ବଲପୁର ଉନ୍ନୟନ ପ୍ରାଧିକାରୀ ସହିତ ଅତିରିକ୍ତ ୨୨ ଗୋଟି ମୌଜା କୁ ଅନ୍ତର୍ଭୁକ୍ତ କରାଯାଇଛି ଯାହା ବିଜ୍ଞପ୍ତି ପ୍ରକାଶନି ର ଶେଷ ସିମା ପହଞ୍ଚିସାରିଛି ।
ସଂଗଠିତ ଏବଂ ଯୋଜନାବଦ୍ଧ ଅନୁସାରେ ବିକାଶ ର ବୃଦ୍ଧି ଏବଂ ନିୟନ୍ତ୍ରଣ ସକାଶେ ଓ.ଡି.ଏ ଆଇନ ୧୯୮୨ ର ଧାରା ୩ ର ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ଵାରା ସମ୍ବଲପୁର ବିକାଶ ପ୍ରାଧିକାରୀ ତା: ୦୨.୧୦.୧୯୯୫ ରେ ସଂସ୍ଥାପିତ ହୋଇଥିଲା । ଏହି ଆଇନ ଅନୁଯାୟୀ ପ୍ରାଧିକାରୀଙ୍କ ଅନ୍ତର୍ଗତ ପ୍ରଶାସନ କ୍ଷେତ୍ରର ଯୋଜନା ଏବଂ ବିକାଶ ପାଇଁ ବି.ଡି.ଏ ର ଯୋଜନା ଶାଖା ବହୁ କାର୍ଯ୍ୟ ହାତକୁ ନେଇଛି । ସହର ଏବଂ ଅଞ୍ଚଳ ଯୋଜନା ସଦସ୍ୟ ଯୋଜନା ଶାଖା ର ପ୍ରମୁଖ ଅଟନ୍ତି । ଏହା ସହ ଜଣେ ବରିଷ୍ଠ ଚିଠାକାର ଏବଂ ଜଣେ ଠିକା ଆମିନ ଥାଆନ୍ତି।
ଯୋଜନା ସଦସ୍ୟଙ୍କ ନେତୃତ୍ବରେ ଯୋଜନା ଶାଖା ବିଭିନ୍ନ ବିକାଶ ଯୋଜନା ଆରମ୍ଭ କରିଛନ୍ତି , ଯେଉଁ ଗୁଡିକ ମଧ୍ୟରେ ସାମୟିକ ବିକାଶ ଯୋଜନା, ବ୍ୟାପକ ବିକାଶ ଯୋଜନା, ଆଞ୍ଚଳିକ ବିକାଶ ଯୋଜନା, ସହର ପରିକଳ୍ପନା ଏବଂ ଅନ୍ୟାନ୍ୟ ଯୋଜନାର ପରିକଳ୍ପନା ପ୍ରସ୍ତୁତି ଅନ୍ତର୍ଭୁକ୍ତ । ବିଭିନ୍ନ ବିକାଶ ଯୋଜନାର ପ୍ରସ୍ତୁତି ଛଡା ଯୋଜନା ଶାଖା ଓ.ଡି.ଏ ଆଇନ ୧୯୮୨ ର ଧାରା ୧୫ ଓ ୧୬ ର ବ୍ୟବସ୍ଥା ଅନୁସାରେ ବିକାଶ ନିୟନ୍ତ୍ରଣ ମଧ୍ୟ କରେ ।
ବର୍ତ୍ତମାନ ସମ୍ବଲପୁର ବିକାଶ ପ୍ରାଧିକାରୀ କ୍ଷେତ୍ର ଅନ୍ତର୍ଗତ ସମ୍ବଲପୁର,ବୁର୍ଲା,ହୀରାକୁଦ ଓ ଅନ୍ୟ 67 ଗୋଟି ମୌଜା ର ବ୍ୟାପକ ବିକାଶ ର ପ୍ରସ୍ତୁତି ସମ୍ବଲପୁର ବିକାଶ ପ୍ରାଧିକାରୀ ,ଯୋଜନା ପରାମର୍ଶ ଦାତା GITCO ଅହମଦାବାଦ ଜରିଆରେ କରୁଛନ୍ତି । ସମ୍ବଲପୁର ବିକାଶ ପ୍ରାଧିକାରୀ ପ୍ରଥମ ଥର ପାଇଁ ଗୃହ ଯୋଜନା ଏବଂ ଆବାସ ମାନକ ବିନିୟମ ଚିଠା ପ୍ରସ୍ତୁତ କରିଛନ୍ତି ଯାହାକି ଶୀଘ୍ର ସ୍ଵିକୃତି ଲାଭକରି ପ୍ରକାଶିତ ହେବାର ସମ୍ଭାବନା ଅଛି । ଏହି ବିନିୟମନ ସମ୍ବଲପୁର ର ସ୍ଥିତି ଏବଂ ପୌର ସ୍ତୁପାକୃତି ର ସମସ୍ତ ପ୍ରକାର ବିକାଶ ପ୍ରବୃତି କୁ ଧ୍ୟାନ ରଖି ପ୍ରସ୍ତୁତ କରାଯାଇଛି ।
ପଶ୍ଚିମ ଓଡିଶା ର ଏକ ପ୍ରଧାନ ସହର ହେବ ସଙ୍ଗେ ସମ୍ବଲପୁର କୁ ସଡକପଥ ଓ ରେଲପଥ ସଂଯୋଗ ସହ ଜାତୀୟ ରାଜପଥ ନଂ-୬ (କୋଲକାତା -ମୁମ୍ବାଇ ରାଜପଥ) ,ଜାତୀୟ ରାଜପଥ ନଂ -୪୨ କୁ ଏହାର ରାଜ୍ୟ ରାଜଧାନୀ ଭୁବନେଶ୍ଵର ଏବଂ ଜାତୀୟ ରାଜପଥ ନଂ-୫ ଦ୍ଵାରା କୋଲକାତା କୁ ସିଧା ସଳଖ ସଂଯୋଗ ହେତୁ ସମ୍ବଲପୁର କୁ ଯୋଜନାର କେନ୍ଦ୍ର ହିସାବରେ ସ୍ଵତନ୍ତ୍ର ପ୍ରାଧାନ୍ୟ ଦିଆଯାଇଛି । ତତାନୁସାରେ ସମ୍ବଲପୁର ବିକାଶ ପ୍ରାଧିକାରୀ ଙ୍କ ପ୍ରଶାସନିକ କ୍ଷେତ୍ର ବହୁଗୁଣ ବର୍ଦ୍ଧିତ ହୋଇ ବର୍ତମାନ ୪୮୮ ବର୍ଗ କିଲୋମିଟର ହୋଇଯାଇଛି ।
ସମ୍ବଲପୁର ବ୍ୟାପକ ବିକାଶ ଯୋଜନାରେ ଶିକ୍ଷା ଓ ଶିଳ୍ପର ବିକାଶ ର ପ୍ରାଧାନ୍ୟ କୁ ବିଚାର କରି ଏହାର ଶୃଙ୍ଖଳିତ ବୃଦ୍ଧିକୁ ସ୍ଵତନ୍ତ୍ର ମହତ୍ଵ ପ୍ରଦାନ କରାଯାଇଛି ।