କୃଷି

ସମ୍ବଲପୁର ଜିଲ୍ଲାରେ କୃଷି

ଇତିହାସ

ଓ.ମାଳରେଙ୍କ ମତ୍ତ ଅନୁସାରେ ସମ୍ବଲପୁର ଶବ୍ଦ ଟି ଦେବୀ ସମଲେଇ ଶବ୍ଦ ରୁ ଉଦ୍ଧୃତ । ସମଲେଇ ଦେବୀ ଯାହାଙ୍କୁ ଚୌହାନ ବଂଶ ର ରାଜା, ରାଜା ବଳରାମଦେବ ଶିମୁଲେଇ ବୃକ୍ଷ ତଳେ ପ୍ରତିଷ୍ଠା କରେଇ ଥିଲେ । ବର୍ତ୍ତମାନର ସମ୍ବଲପୁର ଜିଲ୍ଲା ଅତିତରେ ଦକ୍ଷିଣ କୋଶଳର ଅଂଶ ବିଶେଷ ଥିଲା । ଦକ୍ଷିଣ କୋଶଳ ଯେଉଥିରେ  କି ବର୍ତ୍ତମାନ ଛତିଶଗଡ ରାଜ୍ୟର ବିଲାସପୁର ଓ ରାଏପୁର ଜିଲ୍ଲା ମଧ୍ୟ ଅଂଶବିଶେଷ ଥିଲ। ।୧୯୯୩ ମସିହା ରେ ଏବଂ ପରେ ୨୦୦୪ ମସିହା ରେ ଏହି ଜିଲ୍ଲା ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁଗୁଡା ନାମକ 4ଟି ଜିଲ୍ଲା ରେ ବିଭକ୍ତ ହୋଇଥିଲା । ଅଧୁନା ସମ୍ବଲପୁର ଜିଲ୍ଲା ରେ ୯ ଟି ବ୍ଲକ ରହିଛି ।

ଭ୍ୟୋଗଳିକ ଅବସ୍ଥିତି

ସମ୍ବଲପୁର, ରେଢାଖୋଲ ଏବଂ କୁଛିଣ୍ଡା ଭଳି ୩ଟି କୃଷିଜିଲ୍ଲାଙ୍କୁ ନେଇ ସମ୍ବଲପୁର ରାଜସ୍ୱ ଜିଲ୍ଲା ଗଠିତ । ଧନକଉଢା, ମନେଶ୍ବର, ଯୁଜୋମୁରାର ବୃହତ ଅଂଶ, ରେଙ୍ଗାଲି ଏବଂ ଜମନକିରାର ଆଂଶିକ ଅଞ୍ଚଳ ହୀରାକୁଦ କମାଣ୍ଡ ଏରିଆରେ ଅବସ୍ଥିତ । ହୀରାକୁଦ ନଦୀବନ୍ଧର ଏହି କମାଣ୍ଡ ଏରିୟାରେ କେନାଲ ଜଳ ଯୋଗାଣ ଯୋଗୁ କେବଲ କୃଷିଖେତ୍ର ନୁହେଁ ତତସହିତ ଅନ୍ୟକ୍ଷେତ୍ର  ମାନଙ୍କର ମଧ୍ୟ ଉନ୍ନତି ପରିଲିଖିତ ହେଉଛି । ଅନ୍ୟ ବ୍ଲକ ଗୁଡାକ କୃଷି ପାଇଁ ବର୍ଷାଜଳ ଉପାରେ ନିର୍ଭରଶୀଳ । ଜିଲ୍ଲା ର ଭୂବିଚରଣ ଅନେକ କ୍ଷେତ୍ରରେ ହୁଡା ଓ ଉପତ୍ୟକାରେ ଭରପୁର । ସମସ୍ତ ହୁଡା ଢିପାଜମିର ପରିସୀମା ରେ ଅଛି । ଉଚ୍ଚ ପରିସୀମା ଥିବା ଜମି କୁ ମାଳ ଏବଂ ପରିସୀମା ନଥିବା ଜମିକୁ ଆଟ ଜମି କୁହାଯାଏ । ଉଭୟକୁ ଉଚ୍ଚ ଜମିର ଆଖ୍ୟା ଦିଆଯାଇପାରେ । ଉପତ୍ୟକାର ନୀଚ ଭାଗରେ ଥିବା ଜମି କୁ ବେର୍ଣା ଯାନୀ କୁହାଯାଏ ଏବଂ ସଂପୂର୍ଣ୍ଣ ନୀଚ ଜମି କୁ ବାହାଲ ଜମି କୁହାଯାଏ ।

ମୂର୍ତ୍ତିକା

ସାଧାରଣତଃ ୪ କିସମର ମୁତ୍ତିକା ଏହି ଜିଲ୍ଲାରେ ଦେଖାଯାଏ । ରେଢାଖୋଲ ଓ କୁଚିଣ୍ଡା ଉପଖଣ୍ଡରେ ଲାଲ ଜଙ୍ଗଲି ମୂର୍ତ୍ତିକା ଉପଲବ୍ଧ । ଏହା ଚରା ଏବଂ ହରଡ ଚାଷ ପାଇଁ ପ୍ରଯୁର୍ଜ୍ୟ । ଅନ୍ୟ ଏକ କିସମର ମୂର୍ତ୍ତିକା ହେଲା ଖଇରିଆ ଜଙ୍ଗଲି କିସମର । ଏହା କେବଳ କୁଚିଣ୍ଡା ର ପ୍ରଖଣ୍ଡ ରେ ଦେଖାଯାଏ । ଏହା ଫଳ ଚାଷ ପାଇ ପ୍ରଯୁର୍ଜ୍ୟ । କାଳିଆ ମାଟି ଚିନାବାଦାମ ଏବଂ ତୈଳ ଚାଷ ପାଇଁ ଉର୍ଦ୍ଧୀଷ୍ଟ ।

ଜଳବାୟୁ

ଜିଲ୍ଲାର ଜଳବାୟୁ ଚରମ ଶ୍ରେଣୀର । ଅତ୍ୟଧିକ ଗରମ ପରେ ଗୁଳୁଗୁଳିସହିତ ମୌସୁମୀ ଏବଂ ତତପରେ ଅତ୍ୟଧିକ ଥଣ୍ଡା ଏଠୋରେ ଅନୁଭୂତ ହୁଏ । ଜିଲ୍ଲାର ତାପମାତ୍ରା ୧୦ ରୁ ୪୬ ତିମି ମଧ୍ୟରେ ରହିଥାଏ । ଜିଲ୍ଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦ୍ଵାରା ବର୍ଷା ପାଇଥାଏ । ଜିଲ୍ଲାର ବାର୍ଷିକ ହରାହାରୀ ବର୍ଷା ୧୪୯୫.୭ ମିମି ।

ଉପ-ନିର୍ଦ୍ଦେଶକ କୃଷି ସମ୍ବଲପୁର ମଣ୍ଡଳ

କୃଷି ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟ ମୋଦିପଡା

ସମ୍ବଲପୁର: ୭୬୮୦୦୧

ଫୋନ: 0663 2402944

ଇମେଲ: ddasambalpur[dot]dag[at]nic[dot]in