ବନ୍ଦ କରନ୍ତୁ

ହସ୍ତଶିଳ୍ପ

ସମ୍ବଲପୁର ଜିଲ୍ଲାର ଏକ ସମୃଦ୍ଧ ହସ୍ତଶିଳ୍ପ ପରମ୍ପରା ରହିଛି । ଯାହାକି ପିଢୀ ପରେ ପିଢୀ ଅଧିକରୁ ଅଧିକ ରୁଦ୍ଧିମନ୍ତ ହୋଇଛି । ହସ୍ତତନ୍ତ୍ର ଏବଂ ଟସର ଶିଳ୍କ କାର୍ଯ୍ୟ ତନ୍ମଧାରୁ ଅନ୍ଯତମ ଯାହାକି ବିଶ୍ଵବଜାର ରେ ଆଦ୍ରୁତ ଏବଂ ଚାହିଦା ସୃଷ୍ଠୀ କରି ପାରିଛି । ପୁରାତନ ପଦ୍ଧତିରେ ନୂତନ କଳାର ସମିଶ୍ରଣରେ ସମ୍ବଲପୁରୀ ହସ୍ତତନ୍ତ୍ର ଦ୍ରବ୍ଯ ନୂଆ ରୂପରେ ବିଶ୍ଵବଜାରରେ ପ୍ରବେଶ କରୁଛି । ଏହି କ୍ଷେତ୍ରରେ ତାଲିମ ଦାତ୍ତା ବୁଣାକାର ମାନେ ନୂଆ ପିଢୀର ବୁଣାକାର ମାନଙ୍କୁ ଉଚିତ ତାଲିମ ମଧ୍ୟ ପ୍ରଦାନ କରୁଛନ୍ତି । ବାଉଁଶ ଏବଂ ବେଟା କାରିଗର ମାନେ ଆବସନ, ବାସ୍କେଟ    ତିଆରି କରିଥାନ୍ତି । ସ୍ଵର୍ଣଘାସ (ବେର୍ଣା)ରେ  ତିଆରି ଦ୍ରବ୍ୟ ଗୁଡିକ ଅନ୍ୟନ୍ତ ସୁନ୍ଦର ହୋଇଥାଏ । ଏହା ଲାଭଦାୟକ ଏବଂ ନିଯୁକ୍ତି ସୃଷ୍ଠୀକାରୀ ମଧ୍ୟ । ପିତଳ ଏବଂ ଟେରାକୋଟାର ସୁନ୍ଦର ମୂର୍ତି ଏବଂ ଘରୋଇ ଉପକରଣ ମଧ୍ୟ ଏହି ଜିଲ୍ଲାରେ ଉତ୍ପାଦିତ ହୋଇଥାଏ ।