ସଂସ୍କୃତି ଏବଂ ଐତିହ୍ୟ
ସମ୍ବଲପୁର ଜିଲ୍ଲାର କଳା ଓ ସଂସ୍କୃତି
ସମ୍ବଲପୁର ହେଉଛି ମନୋହରକାରୀ ପଶ୍ଚିମ ଓଡିଶାର ପ୍ରବେଶ ଦ୍ଵାର । ଏହା ପ୍ରତ୍ୟେକ ଉଚ୍ଚ ପାଶ୍ଵଚିତ୍ର ଏବଂ ବଳିଷ୍ଠ ସଂସ୍କୃତିର ପ୍ରାଣକେନ୍ଦ୍ର ଉନ୍ନତ କଳା, ନୃତ୍ୟ, ସଙ୍ଗୀତ, ହସ୍ତଶିଳ୍ପ, ବିଶ୍ବାସ, ସାମାଜିକ, ମୁଲ୍ୟବୋଧ ଏବଂ ପ।ରଂପରିକ କାର୍ଯ୍ୟକ୍ରମ ଇତ୍ୟାଦିକୁ ନେଇ ଏକ ଅନନ୍ୟ କଳା ଓ ସଂସ୍କୃତିର ଅଧିକାରୀ ହୋଇଛି ଏହି ଜିଲ୍ଲା ।
(ରଙ୍ଗବତୀ ରଙ୍ଗବତୀ କନକଳତା….ଜିତେନ୍ଦ୍ର ହରିପାଳ ଗାଈ ଥିବା ଗୀତ)

ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ ଜିତେନ୍ଦ୍ର ହରିପାଳ
ଏକ ଅଜଣା ଓ ଅଣସୁବିଧାପ୍ରାପ୍ତ ଗ୍ରାମାଞ୍ଚଳରୁ ନିସୃତ ଏହି କଣ୍ଠଶିଳ୍ପୀ ଆଜି ବିଶ୍ବଦରବାରରେ ପ୍ରତିଷ୍ଠା ଲାଭ କରିଛନ୍ତି ।ଓଡିଶାର ଏହିଭାଗର ଲୋକମାନେ ସରଲ, ଏକକ ଓ ପ୍ରକୃତି ପ୍ରେମୀ ।ଏଠିକାର ଆଦିବାସୀ ମାନେ ଢୋଲ, ମାଦଳ ଓ ନିଶାନ ବାଦ୍ୟ ସହ ନୃତ୍ୟ କରନ୍ତି । ନୂଆଖାଇ ସମୟରେ ଏଠିକାର ଅଧିବାସୀ ମାନେ ପରିବାରର ସଭ୍ୟମାନଅଙ୍କ ସହିତ ମହମିଳନ କୁ ଉପଭୋଗ କରନ୍ତି । ପୁଣି ଶୀତଳଷଷ୍ଠୀ ସମୟରେ ଜିଲ୍ଲା ରଙ୍ଗୀନ ହୋଇଥାଏ ।

ଶୀତଳଷଷ୍ଠୀ ପୂଜା

ସମ୍ବଲପୁରୀ ନୃତ୍ୟ
ବର୍ତ୍ତମାନ ହସ୍ତତନ୍ତ୍ର କାରୁକାର୍ଯ୍ୟ ପାଇଁ ସମ୍ବଲପୁର ଆନ୍ତ୍ରଜାତୀୟ ବଜାରରେ ସୁନାମ ଅର୍ଜନ କରିଛି । ସମ୍ବଲପୁରୀ ଶାଢୀ ପ୍ରତ୍ୟେକ ଓଡିଆଣୀ ର ପସନ୍ଦ । ଏହି ବସ୍ତ୍ରଟି ତାର ଅଦ୍ଵିତୀୟ ଡିଜାଇନ ଓ କପଡା ପାଇଁ ଜଣାଶୁଣା
ଭାଷା
ଆଜ୍ଞା ଜୁହାର. ମୁଇଁ ସମ୍ବଲପୁର ନୁ କହୁଛେଂ । ଏଟା ହେଉଚେଂ ମା ଇଷ୍ଠ ଦେବୀ ସମଲେଶ୍ଵରୀ ର ସହର (ଆଜ୍ଞା ନମସ୍କାର, ମୁ ସମ୍ବଲପୁର ରୁ କହୁଛି । ଏହା ହେଉଛି ମା ଇଷ୍ଠ ଦେବୀ ସମଲେଶ୍ଵରୀଙ୍କ ସହର). ସମ୍ବଲପୁର ର ଅଧିବାସୀ ମାନେ ଏହିଭଳି ଭାବରେ ନିଜକୁ ପରିଚିତ କରିଥାନ୍ତି ।କିନ୍ତୁ ଏହି ଜିଲ୍ଲା ର ମୁଖ୍ୟ ଭାଷା ହେଉଛି ଓଡିଆ । ଏହା ବ୍ୟତୀତ ଅନ୍ୟାନ୍ୟ ଭାରତୀୟ ଭାଷା ଯଥା ହିନ୍ଦୀ, ଉର୍ଦୁ, ବଙ୍ଗଳା, ତେଲୁଗୁ, ଗୁଜୁରାତି, ଏବଂ ପଞ୍ଜାବୀ ଭାଷା ମଧ୍ୟ ବ୍ୟବହାର ହୁଏ । ଜିଲ୍ଲାର ଆଦିବାସୀ ମାନେ କିଶାନ, କୁଇ, ଓରାନ ଖରିୟା ଇତ୍ୟାଦି ଭାଷାରେ କଥାବାର୍ତ୍ତା ହୁଅନ୍ତି । ରାଜ୍ୟର ପୂର୍ବାଞ୍ଚଳ ଜିଲ୍ଲାମାନଙ୍କ ଠାରୁ ଏହି ଜିଲ୍ଲା ରେ ପ୍ରଚଳିତ ମୌଖିକ ଓଡିଆ ଭାଷା ଟି ଟିକେ ଅଲଗା । ଏହା ସାଧାରଣତଃ ସମବଲପୁରୀ ଭାଷା ନାମରେ ପ୍ରଚଳିତ ।
ସମ୍ବଲପୁର ଜିଲ୍ଲାର ନୃତ୍ୟ
ଏହି ଜିଲ୍ଲା ହେଉଛି ଆଦିବାସୀ ନୃତ୍ୟର ଭୂମି ଯେଉଠି ଆଦିବାସୀ ମାନେ ସୁନ୍ଦର ପାରମ୍ପରିକ ସଙ୍ଗୀତର ତାଳେତାଳେ ନୃତ୍ୟ କରନ୍ତି । ଅଧିକାଂଶ ଗୋଷ୍ଠୀ ନୃତ୍ୟ ସାଧାରଣଃ ପର୍ବପର୍ବାଣି ଏବଂ ପୂଜା ସମୟରେ ପରିଲିଖିତ ହୋଇଥାଏ । ସମ୍ବଲପୁରର ଲୋକନୃତ୍ୟ ଏତେ ସୁନ୍ଦର ଯେ ଦର୍ଶକ ମାନେ ଆଗ୍ରହ ସହିତ ଏହାକୁ ଉପଭୋଗ କରିଥାନ୍ତି । ଜିଲ୍ଲା ର କେତେକ ପ୍ରମୁଖ୍ୟ ନୃତ୍ୟର ତାଲିକା ନିମ୍ନରେ ପ୍ରଦର୍ଶିତ ହୋଇଛି ।
ଡାଳଖାଇ ନୃତ୍ୟ
ଦଶହରା, ଭାଇଜଉଁଟିଆ ଏବଂ ଅନ୍ୟାନ୍ୟ ପର୍ବପର୍ବାଣିରେ ବିଂଝାଲ, ମିର୍ଧା ଏବଂ ସଉଁରା ସଂପ୍ରଦାୟର ତରୁଣିମାନେ ଏହି ନୃତ୍ୟ କରିଥାନ୍ତି । ସେମାନେ ଅର୍ଦ୍ଧବୃତ୍ତକାର ଆକୃତିରେ ଡାଳଖାଇ ଗୀତ ଗାଈ ଏହି ନୃତ୍ୟ କରିଥାନ୍ତି ।
କର୍ମା ନୃତ୍ୟ
ଏହି ନୃତ୍ୟ ଜିଲ୍ଲାର ସବୁଠାରୁ ରାଗିନ ନୃତ୍ୟ କରମା ସାଇଁ ଙ୍କ ସମ୍ମାନାର୍ଥେ ଏହି ନୃତ୍ୟ କରାଯାଇଥାଏ ଦୁଇ ଧାଡି ରେ ନୃତ୍ୟାଙ୍ଗନା ମାନେ ଠିଆହୋଇ ଏହି ନୃତ୍ୟ କରିଥାନ୍ତି । ଡ୍ରମ ବାଜାବାଲା ଏବଂ ଗାୟକ ତାଳରେ ନୃତ୍ୟଙ୍ଗନା ମାନେ ନୃତ୍ୟ କରିଥାନ୍ତି ।
ହୁମୋ ଓ ବଉଳି
କେତେକ ସ୍ଵତନ୍ତ୍ର ପର୍ବରେ ଅବିବାହିତ ତରୁଣୀ ମାନେ ଏହି ଦୁଇ ପ୍ରକାର ର ନୃତ୍ୟ କରିଥାନ୍ତି । ଏହି ନୃତ୍ୟ ରେ ପାଦ ଏବଂ ଶରୀରର ଚାଳନା ମନ୍ଥର ଗତିରେ ହୋଇଥାଏ ।
କୋଇଂଶାବାଦି ନୃତ୍ୟ
ଗଣ୍ଡ ଏବଂ ଭୂୟାଁ ଜାତିର ଲୋକମାନେ ଏହି ନୃତ୍ୟ କରିଥାନ୍ତି ପୁରୁଷ ନର୍ତ୍ତକ ମାନେ ଦୁଇ ଫୁଟ ଲମ୍ବ ର ବାଡିଧରି ଏହି ନୃର୍ତ୍ୟ କରିଥାନ୍ତି ଏହି ନୃତ୍ୟ ସାଧାରଣତ ରାଧା – କୃଷ୍ଣ ଙ୍କର ଅମର ପ୍ରେମ ସମ୍ପର୍କିତ ଗୀତକୁ ନେଇ ହୋଇଥାଏ ।
ସମ୍ବଲପୁରରେ ବାଦ୍ୟଯନ୍ତ୍ର ର ବ୍ୟବହାର
ସମ୍ବଲପୁର ଜିଲ୍ଲା ଏବଂ ପାର୍ଶ୍ଵବର୍ତୀ ଅଞ୍ଚଳ ରେ ଢୋଲ , ମାଦଳ ,ନିସାନ ,ତାସା,ପାଖୋଜ,ବଂଶୀ ,ବୀର-କାହାଳି,ଗିନି,ଏକତାରା,ମହୁରୀ,ଘୁଲଗୁଲା,ଘୁଙ୍ଗୁର,ଝାଞ୍ଜ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର ହୋଇଥାଏ ।
ଢୋଲ
ଏହା ଏକ ଅତି ପୁରାତନ ଲୋକ ବାଦ୍ୟ । ଏହାର ଗଠନ ଏବଂ ବ୍ୟବହାର ଦୃଷ୍ଟିରୁ ସମ୍ବଲପୁରର ଢୋଲ ଅନ୍ଯାନ୍ଯ ଅଞ୍ଚଳ ଠାରୁ ଭିନ୍ନ । ଏହା ଏକ କାଠ ଗଣ୍ଡିରୁ ନିର୍ମିତ୍ତ ହାଇଥାଏ । ଏହାର ଉଭୟ ପାର୍ଶ୍ଵର ଆକାର ସମନଥାଏ । ସମ୍ବଲପୁର ଢୋଲ ଯେକୋଣସି ଲୋକ ଗୀତା ରେ ବ୍ୟବହାର କରାଯାଇପାରିବ ।
ମାଦଳ
ସମ୍ବଲପୁରୀ ମାଦଳ ଅନ୍ୟାନ୍ୟ ଅଞ୍ଚଳର ମାଦଳ ଠାରୁ ଭିନ୍ନ । ଏହା ପୋଡା ମାଟିରେ ସିଲିଣ୍ଡର ଆକୃତିର ତିଆରି ହୋଇଥାଏ ଏହା ଏକ ଡ୍ରମ ଯାହାକି ମନ୍ଥର ତାଳରେ ବ୍ୟବହୃତ ହୋଇଥାଏ । ଅଧିକାଂଶ ନୃତ୍ୟ ବିହୀନ ସଂଗୀତ ରେ ଏହି ବାଦ୍ୟ ବ୍ୟବହାର ହୋଇଥାଏ ।
ନିଶାନ
ଲୁହ ଚଦରରେ ନିର୍ମ୍ମିତ ଏହି ବାଦ୍ୟର ଶବ୍ଦ ହୃଦୟରେ କମ୍ପନ୍ନ ସୃଷ୍ଟି କରେ କାଳି ପୂଜା ,ଦୁର୍ଗ। ପୂଜା ,କିମ୍ବା ଯୁଦ୍ଧ କ୍ଷେତ୍ରରେ ଏହି ବାଦ୍ୟ ବ୍ୟବହାର କରାଯାଇଥାଏ ।
ତାଶା
ଦୁଇଟି ପତଳା ବାଉଁଶ କାଠିରେ ଏହି ବାଜା ବାଜଯାଇଥାଏ । ଏହି ବ।ଜାର ଶବ୍ଦ ଭୟ ଏବଂ ଉତ୍ତେଜନା ର ବାତାବରଣ ସ୍ତୁଷ୍ଟି କରିଥାଏ ।
ପର୍ବପର୍ବାଣି
ଶୀତଳ ଷଷ୍ଠୀ
ଶିବ ପାର୍ବତୀଙ୍କ ବିବାହ ଉତ୍ସବ କୁ ଶୀତଳ ଷଷ୍ଠୀ ପର୍ବ ରୂପେ ପାଳନ କରାଯାଇଥାଏ । ଏହି ପର୍ବ ଜୁନ ମାସରେ ଏକ ସପ୍ତାହ ଧରି ଧୂମଧାମ ରେ ପାଳନ କରାଯାଇଥାଏ । ପଡୋଶୀ ଜିଲ୍ଲା ଏବଂ ରାଜ୍ୟ ତଥା ମଧ୍ୟପ୍ରଦେଶ ଏବଂ ବାହାରର ତୀର୍ଥ ଯାତ୍ରୀ ମାନେ ଏହି ପର୍ବରେ ସାମିଲ ହୋଇଥାନ୍ତି। ଲକ୍ଷ ଲକ୍ଷ ଯାତ୍ରୀ ଏହି ଯାତ୍ରା ରେ ପ୍ରତେକ ବର୍ଷ ସମ୍ମିଳିତ ହୋଇଥାନ୍ତି ।
ନୂଆଖାଇ
ଏହା ସମ୍ବଲପୁରର ସବୁଠାରୁ ବଡ ଗଣପର୍ବ । ଏହା ସାଧାରଣତ ଅଗଷ୍ଟ – ସେପ୍ଟେମ୍ବର ମାସ ରେ ପଡିଥାଏ । ୧୫ ଦିନ ପୂର୍ବରୁ ଲୋକମାନେ ଏହି ପର୍ବ ପାଇଁ ପ୍ରସ୍ତୁତ କରିଥାନ୍ତି । ନୂତନ ଧାନ ଫସଲର ପ୍ରଥମ ଉତ୍ପାଦ ରନ୍ଧାଯାଇ ଇଷ୍ଟଦେବୀ ଙ୍କୁ ଅର୍ପଣ କରାଯାଏ । ଏହାପରେ ପରିବାରର ବୟସ୍କ ସଦସ୍ୟ କନିଷ୍ଠ ସଦସ୍ୟ ମାନଙ୍କୁ ଅନ୍ନ ବାଣ୍ଟିଥାନ୍ତି । ସମସ୍ତେ ସମସ୍ତଙ୍କୁ ଅଭିବାଦନ ଜଣାଇଥାନ୍ତି । ଏହି ଗଣ ପର୍ବକୁ ସମସ୍ତ ହିନ୍ଦୁ ପରିବାର ପାଳନ କରିଥାନ୍ତି।
ଭାଇଜୋଊତିଆ
ଏହି ପର୍ବ କେବଳ ପଶିମ ଓଡିଶାରେ ହିଁ ପାଳନ କରାଯାଏ ଏହା ଦୁର୍ଗାପୂଜା ସମୟ ରେ ମହାଷ୍ଟମୀ ତିଥିରେ ପାଳନ କରାଯାଇଥାଏ । ସମସ୍ତ ମହିଳା ମାନେ ସରାଦିନ ଓ ରାତି ଉପବାସ କରି ଭାଇମାନଙ୍କ ପାଇଁ ଠାକୁରାଣୀଙ୍କ ଆଶୀର୍ବାଦ ଭିକ୍ଷା କରନ୍ତି ।
ପୁଅଜୋଊତିଆ
ପଶ୍ଚିମାଞ୍ଚଳର ଅନ୍ୟଏକ ପର୍ବ ହେଉଛି ପୁଅ ଜିୟନ୍ତିଆ । ସ୍ତ୍ରୀ ଲୋକମାନେ ଠାକୁର ଦୁତି ବାହାନ ଙ୍କ ପୂଜା କରି ପୁଅ ମାନଙ୍କ ଦୀର୍ଘ ଜୀବନ ଏବଂ ଉନ୍ନତି କାମନା କରନ୍ତି।
ଏତତ ବ୍ୟତିତ ସମ୍ବଲପୁରରେ ଶିବରାତ୍ରି ,ଦୋଳଯାତ୍ରା ,ଦୁର୍ଗାପୂଜ। ,ଜନ୍ମାଷ୍ଟମୀ ,ଦୀପାବଳି ,ଗଣେଶ ପୂଜା , ସରସ୍ଵତୀ ପୂଜା ଇତ୍ୟାଦି ପାଳିତ ହୋଇଥାଏ । ହୁମା ମନ୍ଦିର ର ଶିବରାତ୍ରି ମେଳା ଅନେକ ଭକ୍ତ ଙ୍କୁ ଆକର୍ଷିତ କରିଥାଏ । ରଥ ଯାତ୍ରା ଜିଲ୍ଲାର ସମସ୍ତ ସ୍ଥାନରେ ପାଳିତ ହୋଇଥାଏ । ମକର ସଙ୍କ୍ରାନ୍ତି ସମୟରେ ଠେମରା ଠାରେ ମେଳା ର ଆୟୋଜନ ହୋଇଥାଏ । ଈଦ-ଉଲ -ଫିତରେ,ଈଦ-ଉଲ-ଜୁହା ଏବଂ ମହରମ ମୁସଲିମ ସଂପ୍ରଦାଯର ମୁଖ୍ୟ ପର୍ବ ହିସାବରେ ପାଳିତ ହୋଇଥାଏ। ଶିଖ ମାନେ ଗୁରୁନାନକ ଜୟନ୍ତୀ ମଧ୍ୟ ପାଳନ କରିଥାନ୍ତି।
ସ୍ଥାପତ୍ୟ
ଏହି ଜିଲ୍ଲାରା ସ୍ଥାପତ୍ୟ ଓ କଳା ବିଶ୍ଵର ସମସ୍ତ ଅଞ୍ଚଳରା ଜନସାଧାରଣଙ୍କ ଦ୍ଵାରା ଆଦୃତ ହେଇଅଛି । ସମ୍ବଲପୁର ଜିଲ୍ଲାର ମନ୍ଦିର ମାନଙ୍କରେ ଏହି ଅଞ୍ଚଳର ସଂସ୍କୃତିକ ପରମ୍ପରା ବିଲୟ ହୋଇଥାଏ
ମନ୍ଦିର
ସମ୍ବଲପୁର ଜିଲ୍ଲାର ମୁଖ୍ୟ ଐତିହାସିକ ସୃତିଚିହ୍ନ ହିସାବରେ ଚୌହାନ ରାଜତ୍ବର ମନ୍ଦିର ଗୁଡିକ ବିଦ୍ୟମାନ । ୧୩୦୦ ସତାଦ୍ଦୀରେ ସମ୍ବଲପୁରରେ ଚୌହାନ ମାନଙ୍କ ଅନୁପ୍ରବେଶ ପୂର୍ବରୁ ମଧ୍ୟ ଓଡିଶାର କଳା ଓ ସ୍ଥାପତ୍ୟ ସେ ସମୟର ଶୀର୍ଷସ୍ଥାନରେ ପହଞ୍ଚିଥିଲା ।
- ଜିଲ୍ଲାର ପ୍ରଥମ ଚୌହାନ ରାଜା ବଳରାମଦେବ ପାଟଣେଶ୍ବରୀ ମନ୍ଦିର ତିଆରି କରିଥିଲେ । ଏହା ୧୬ ବିଂଶ ଶତାବ୍ଦୀରେ ନିର୍ମିତ ହୋଇଥିଲା ।ଏହାର ଗୁର୍ଭଗୃହ ଏବଂ ଚତୁପାର୍ଶ୍ଵରେ ମନ୍ଦିର ରହିଛି । ମା କାଳି ଏହି ମନ୍ଦିରରେ ପୂଜା ପାଇଥାନ୍ତି ।
- ମା ସମଲେଇଙ୍କ ମୂର୍ତି ଏକ ଅନନ୍ୟ ମୂର୍ତ୍ତିକଳାର ନିର୍ଦଶନ ଏବଂ ଏହି ପୁରାତନ ଦେବୀଙ୍କୁ ଏ ଅଞ୍ଚଳର ସମସ୍ତ ଜନସାଧାରଣ ପୂଜା କରନ୍ତି।
- ହୁମା ସ୍ଥିତ ବିମଲେଶ୍ଵର ଶିବ ମନ୍ଦିର ବକ୍ର ମନ୍ଦିର ହିସାବରେ ପ୍ରସିଦ୍ଧି ଲାଭ କରିଅଛି । ଏହି ମନ୍ଦିରକୁ ମହାରାଜା ବଳିଆର ସିଂହ ମହାନଦୀ କୂଳରେ ସ୍ଥାପନ କରିଥିଲେ । ବାକି ସବୁ ମନ୍ଦିର ରାଜା ରାଜା ଅଜିତ ସିଂହ ଏବଂ ତାଙ୍କ ପୁତ୍ର ଅଭୟ ସିଂହଙ୍କ ରାଜସ୍ଵ କାଳରେ ତିଆରି ହୋଇଥିଲା । ସମସ୍ତ ମନ୍ଦିର ସୁନ୍ଦର କାରୁକାର୍ଯ୍ୟରେ ଭରପୁର ।