କିଭଳି ପହଁଞ୍ଚିବେ
ଆକାଶ ପଥ:
ନିକଟତମ ବିମାନବନ୍ଦର – ସ୍ଵାମୀ ଆନ୍ତର୍ଜାତୀୟ ବିବେକାନନ୍ଦ ବିମାନବନ୍ଦର, ରାୟପୂର (୨୬୫ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୩୦୦କି.ମି) । ଶିଳ୍ପ ସହର ଝାରସୁଗୁଡା (୫୦ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୦ କି.ମି.) ଠାରେ ଏକ ଏୟାର ଷ୍ଟ୍ରିପ ଅଛି ।
ରେଳପଥ:
ସମ୍ବଲପୁର ରେ ପୂର୍ବତଟ ରେଳବାଇ ଡିଭିଜନର ଏକ ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ । ସମ୍ବଲପୁରରେ ୪ ଟି ରେଳ ଷ୍ଟେସନ ରହିଛି । ସେଗୁଡିକ ହେଲା ସମ୍ବଲପୁର (କ୍ଷେତରାଜପୁର) , ସମ୍ବଲପୁର ରୋଡ (ଫାଟକ), ହୀରାକୁଦ ଏବଂ ସମ୍ବଲପୁର ସିଟି ଷ୍ଟେସନ । ଭାରତର ଅନେକ ପ୍ରମୁଖ ସହରକୁ ପ୍ରତ୍ୟହ ରେଳ ଗମନାଗମନ ଏହି ସବୁ ଷ୍ଟେସନ ମାନଙ୍କ ମାଧ୍ୟମରେ ହୋଇଥାଏ ।
ସଡକପଥ:
ମୁମ୍ବାଇ ଠାରୁ କୋଲକାତା ଜାତୀୟ ରାଜପଥ ନଂ ୬ ପଥରେ ସମ୍ବଲପୁର ସହର ଅବସ୍ଥିତ । ଜାତୀୟ ରାଜପଥ ୪୨ ମାଧ୍ୟମରେ ଭୁବନେଶ୍ବରକୁ ସଂଯୋଗ କରୁଛି ଏହି ସହର । ସହରରେ ଦୁଇଟି ମୁଖ୍ୟ ବସଷ୍ଟାଣ୍ଡ ରହିଛି । ସରକାରୀ ବସଷ୍ଟାଣ୍ଡ ଲକ୍ଷ୍ମୀ ଟକୀଜ ଛକରେ ଥିବା ବେଳେ ସହରଠାରୁ ୩ କି.ମି. ଦୂରରେ ବେସରକାରୀ ବସଷ୍ଟାଣ୍ଡ ଅଇଣ୍ଠାପାଳିଠାରେ ଅବସ୍ଥିତ । ଏହିଠାରୁ ବିଭିନ୍ନ ସହର କୁ ନିୟମିତ ବସ ଚଳାଚଳ ହୋଇଥାଏ । ଦର୍ଶନିୟ ସ୍ଥାନ ମାନଙ୍କ ପାଇଁ ଏହି ଠାରୁ ଅଟୋ ଏବଂ ଟ୍ୟାକ୍ସି ଉପଲବ୍ଧ ହୋଇଥାଏ ।