ଉତ୍କୃଷ୍ଟ ବ୍ୟକ୍ତିତ୍ବ

ସମ୍ବଲପୁର ଜିଲ୍ଲାର ବିଭିନ୍ନ ଉତ୍କୃଷ୍ଟ ବ୍ୟକ୍ତିତ୍ବ

ବୀର ସୁରେନ୍ଦ୍ର ସାଏ

ସମ୍ବଲପୁରର ଉତ୍ତର ରେ ପ୍ରାୟ ୪୦ କି.ମି. ଦୂରସ୍ଥ ଲପଙ୍ଗା ନିକଟସ୍ଥ ଖିଣ୍ଡା ଗାଁ ରେ ୧୮୦୯ ମସିହା ଜାନୁଆରୀ  ୨୩ ତାରିଖ ରେ ଏକ ରାଜ ପରିବାରରେ ବୀର ସୁରେନ୍ଦ୍ର ସାଏ ଜନ୍ମ ଗ୍ରହଣ କରିଥିଲେ। ୧୮୨୭ ମସିହାରେ ସମ୍ବଲପୁର ରାଜସିଂହାସନ ଆରୋହଣ କରିଥିଲେ ସୁରେନ୍ଦ୍ର ସାଏ। ଜଣେ ଯୋଦ୍ଧା ଭାବରେ ବ୍ରିଟିଶ ଶାସନ ବିରୁଦ୍ଧ ରେ ସେ ବିପ୍ଲବ କରିଥିଲେ । ହଜାର ହଜାର ଆନ୍ଦୋଳନକାରୀ ଙ୍କୁ ଏକାଠି କରି ବିପ୍ଲବ କରିଥିଲେ।ସେ ବ୍ରିଟିଶ ସରକାର ଙ୍କ ଦ୍ଵାରା କାରାରୁଦ୍ଧ ହୋଇ ଥିଲେ ଏବଂ ୧୮୮୪ ମସିହା ୨୮ ଫେବୃଆରି ଦିନ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଓଡିଶାର ଶିବାଜି  ଭାବେ ପରିଚିତ ସୁରେନ୍ଦ୍ର ସାଏ ଦେଶ ପ୍ରେମ ଏବଂ ବଳିଦାନ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି । ଦେଶର ସ୍ଵାଧୀନତା ଆନ୍ଦୋଳନରେ ଜଣେ ଆଗଧାଡିର ସଂଗ୍ରାମୀ ହିସାବରେ ସେ ପରିଗଣିତ ।

ସ୍ଵଭାବ କବି ଗଙ୍ଗାଧର ମେହେର

ଅଭିଭକ୍ତ ସମ୍ବଲପୁର ତଥା  ବର୍ତମାନ ବରଗଡ ଜିଲ୍ଲାର ବରପାଲି ଠାରେ ୧୮୬୨ ମସିହା ଅଗଷ୍ଟ ମାସ ୯ ତାରିଖ (ଶ୍ରାବଣ ପୁର୍ଣିମା ତିଥିରେ) ଗଙ୍ଗାଧର ଙ୍କର ଜନ୍ମ ହୋଇଥିଲା । ୫ ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ ମଧ୍ୟ ସେ ଜଣେ ଉଚ କୋଟିର କବିଥିଲେ । ମାୟାଧର ମାନସିଂହ ତାଙ୍କୁ ବହୁତ ସମ୍ମାନ କରୁଥିଲେ । ସେ ତାଙ୍କର ଓଡିଆ ସାହିତ୍ୟ ଇତିହାସ ପୁସ୍ତିକା ରେ ଗଙ୍ଗାଧର ମେହେର ଙ୍କୁ ଜଣେ ଅତି ବିରଳ ପ୍ରତିଭା ଭାବେ ବର୍ଣ୍ଣନା କରିଥିଲେ । ତାଙ୍କ କାବ୍ୟ ମଧ୍ୟରେ ପ୍ରଣୟ ବଲ୍ଲରୀ , କୀଚକ ବଧ, ଇନ୍ଦୁମତି , ଉତ୍କଳ ଲକ୍ଷ୍ମୀ, ଅଯୋଧ୍ୟା,ଭାରତୀ ଭବନ , ଭକ୍ତି ଉପହାର , କବିତା ମାଲା, କୃଷକ ସଙ୍ଗୀତ ଇତ୍ୟାଦି ଅନ୍ୟତମ । ସେ ୧୯୨୪ ମସିହା ଏପ୍ରିଲ ୪ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ । ତାଙ୍କ କବିତା ଗୁଡିକ ଗୀତ କବିତା , ଭକ୍ତି କବିତା , ଦେଶାତ୍ମବୋଧକ କବିତା , ସଂସ୍କାର ଧର୍ମୀ କବିତା, ନେଇତିକ କବିତା,କୃଷି ଭିତିକ କବିତା , ଲୋକଗୀତ ଏବଂ ରଚନା ଧର୍ମୀ କବିତା ଇତ୍ୟାଦି ରେ ବିଭକ୍ତ କରାଯାଇପାରେ। ତାଙ୍କର ପଦ୍ୟ ସୃଷ୍ଟି ମଧ୍ୟରେ ଆତ୍ମ ଜୀବନୀ ଶ୍ରୀ ନୃପରାଜ ସିଂହ ,ପୁରାଣ କବି ଫକୀର ମୋହନ , ସ୍ଵର୍ଗୀୟ କାଶୀନାଥ ପଣ୍ଡା ,ଏହାକି ପୃଥିବୀର ଶବ୍ଦ,ଶିକ୍ଷିତ ,ଅଶିକ୍ଷିତ ଓ ଶିକ୍ଷ୍ୟ ଭୀମମଣି ଅନ୍ୟତମ।

ସନ୍ଥ କବି ଭୀମ ଭୋଇ

୧୮୫୦ ମସିହା ରେ ବୈଶାଖ ପୁର୍ଣିମା ତିଥିରେ ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ ଗ୍ରଣଡିହ ଗ୍ରାମରେ ଏକ କନ୍ଧ ପରିବାରରେ ଭୀମଭୋଇ ଙ୍କର ଜନ୍ମ ହୋଇଥିଲା ଏବଂ ସେ ୧୭୯୫ ମସିହା ରେ ଶିଵ ଚତୁରଦର୍ଶୀ ତିଥିରେ ମୃତ୍ୟୁ ବରଣ କରିଥିଲେ । ସେ ଜନ୍ମ ରୁ ଅନ୍ଧ ଥିଲେ ଏବଂ ଗୁରୁ ମହିମା ମହାପ୍ରଭୁଙ୍କ ଅପାର କରୁଣା ରୁ ସେ ଧର୍ମ ସମ୍ପର୍କୀୟ ଜ୍ଞାନ ପ୍ରାପ୍ତି ହୋଇଥିଲେ। ଭୀମଭୋଇ ଙ୍କ ରଚିତ ପୁସ୍ତକ ଗୁଡିକ ହେଲା – ସୃଷ୍ଟି ଚିନ୍ତାମଣି , ସୃଷ୍ଟି ନିଷେଧ ଗୀତା , ଅଷ୍ଟକ ବିହାରୀ ଗୀତ, ଭଜନମାଳା ଇତ୍ୟାଦି । ତାଙ୍କର ମାନବ ଜାତି ପ୍ରତି ଥିବା ଅନୁକମ୍ପା ହୃଦୟସ୍ପର୍ଶୀ । ମୋ ଜୀବନ ପଛେ  ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ । ଏହି ପଂକ୍ତି ଟି ଭୀମଭୋଇ ଙ୍କୁ କାଳଜୟୀ କରିରଖିଛି ।

ସତ୍ୟ ନାରାୟଣ ବୋହିଦାର

ସମ୍ବଲପୁର ଭାଷା ଓ ବାକ୍ୟରଣ ର  ଆଦିକବି ସତ୍ୟ ନାରାୟଣ ବହିଦାର ୧୯୧୩ ମସିହା ଅଗଷ୍ଟ ୧ ତାରିଖ ରେ ସୁବର୍ଣ୍ଣପୁର ଠାରେ ଜନ୍ମ ଗ୍ରହଣ କରିଥିଲେ ।  ତାଙ୍କର ଗଠନାତ୍ମକ  ଏବଂ ସୃଜନଶୀଳ ବର୍ଷ ଗୁଡିକ ସମ୍ବଲପୁରରେ ଅତିବାହିତ ହୋଇଥିଲା ।  ସେ ଅନେକ ଗୁଡିଏ ଅନୁବାଦ ଏବଂ ଆତ୍ମଜୀବନୀ ପୁସ୍ତିକା ରଚନା କରିଛନ୍ତି। ଅନେକ ବାଧାବିଘ୍ନ ସତ୍ବେ ସେ ସମ୍ବଲପୁରୀ ଭାଷା ର ଶବ୍ଦକୋଷ ଏବଂ ବ୍ୟାକରଣ  ରଚନା କରିଥିଲେ ଯାହାକି ଏହି ଭାଷା ପରିଚୟ ଦେଇଥିଲେ । ସେ ୧୯୮୦ ମସିହା ଡିସେମ୍ବର ୩୧ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ ଏବଂ ଗଢିଯାଇଥିଲେ ପରବର୍ତୀ ପିଢି ପାଇଁ ପ୍ରେରଣା ସଂଭାର।

ସ୍ଵପ୍ନେଶ୍ଵର ଦାସ

ଅଭିଭକ୍ତ ସମ୍ବଲପୁର ଜିଲ୍ଲା ର ରୋହିନିଆ ଗ୍ରାମ(ବରଗଡ)ରେ ୧୮୬୬ମସିହା ଜାନୁଆରୀ ୨୫ ତାରିଖ ଦିନ ସ୍ଵପ୍ନେଶ୍ଵର ଦାସ ଜନ୍ମ ଗ୍ରହଣ କରିଥିଲେ। ପ୍ରାଥମିକ ଭାବେ ସେ ଜଣେ ଅନୁବାଦକ ଏବଂ ବ୍ଯାକରଣ ବିଶେଷଜ୍ଞ ତତ୍ସହିତ ଜଣେ ଜଣାଶୁଣା କବି ଏବଂ ସାମ୍ବାଦିକ ମଧ୍ୟ ସେ ସାପ୍ତାହିକ ସଂବାଦ ପତ୍ରିକା ଉତ୍କଳ ସେବକ ,ହୀର।ଖଣ୍ଡ ଏବଂ ସାଧନ ର ସମ୍ପାଦକ ଦୀୟତ୍ଵ ତୁଲାଇ ଥିଲେ । ସେ ବେଦ କଳ୍ପଦ୍ରୁମ ର ରଚୟିତା ଥିଲେ ଯାହାକି ଏକ ଶ୍ରେଷ୍ଠ କୃତି ଥିଲା ଏବଂ ଏହାର ୭୫ ଟି ଭାଗ ଥିଲା। ବିଦ୍ୟା ଅଳଙ୍କାର ପଦରେ ବିଭୂଷିତ ଶ୍ରୀ ସ୍ଵପ୍ନେଶ୍ଵର ଦାସ ୧୯୬୨ ମସିହା ଜୁନ ୩ ତାରିଖ ମୃତ୍ୟୁ ବରଣ କରିଥିଲେ । ସେ ତାଙ୍କର ଭାଷା ଓ ସାହିତ୍ୟ କ୍ଷେତ୍ର ରେ ଅବଦାନ ପାଇଁ ଚିରସ୍ମରଣୀୟ ହୋଇ ରହିଗଲେ ।

ଗୋକୁଳଚନ୍ଦ୍ର ପଣ୍ଡା

୧୮୮୭ ମସିହାରେ ରାମ୍ପେଲା ଗ୍ରାମର ଏକ ଜମିଦାର ପରିବାର ରେ ଜନ୍ମିତ ଶ୍ରୀ ଗୋକୁଳାନନ୍ଦ ପଣ୍ଡା ଜଣେ ଅସାଧାରଣ କବି ଥିଲେ । ଜୀବନ ଓ ଅଭିଜ୍ଞତାର ଅସଂଖ୍ୟ ଅନୁଭୂତି କୁ ନେଇ ହୃଦୟ ଲହରୀ ଭକ୍ତି କବିତା ସଂକଳନ ତାଙ୍କର ଅନନ୍ୟ କୃତି । ଏତଦ ବ୍ୟତିତ ଗୋକୁଳାନନ୍ଦ ଜଣେ ଭିନ୍ନ ସ୍ଵାଦର କଳାକାର ମଧ୍ୟ ଥିଲେ। ୧୯୫୧ ମସିହାରେ ତାଙ୍କର ଅକାଳ ବିୟୋଗ ହୋଇଥିଲା ।

ସୁନୀଲ ମିଶ୍ର

ଜଣେ ବିଖ୍ୟାତ ହାସ୍ୟ ସାମାଜିକ ବ୍ୟଙ୍ଗ ଲେଖକ ସୁନୀଲ ମିଶ୍ର ମଧ୍ୟ ସମ୍ବାଦିକତା ଏବଂ ନାଟକ କ୍ଷେତ୍ରରେ ଜଣାଶୁଣା ଥିଲେ । ହାସ୍ୟ ପତ୍ରିକା ଜନ ସମୀକ୍ଷା ର ପ୍ରତିଷ୍ଟତା ସମ୍ପାଦକ ଥିଲେ । ନାଟ୍ୟକାର ହିସାବରେ ମାଣିକ୍ୟ ମୁଣ୍ଡା ,ନୃସିଂହ ନାଥ ଏବଂ ଆକବର ରାୟ ଭଳି କାଳଜୟୀ ନାଟକ ରଚନା କରିଥିଲେ ସୁନୀଲ ମିଶ୍ର । ସେ ୧୯୮୬ ମସିହା ଅଗଷ୍ଟ ୩୧ ତାରିଖ ରେ ପ୍ରାଣ ତ୍ୟାଗ କରିଥିଲେ।

ବ୍ରଜ ମୋହନ ପଣ୍ଡା

ଏକା ଧାରରେ ଜଣେ ଶିକ୍ଷାବିତ ,ରାଜନୈତିକ କର୍ମୀ,କୃଷିଜୀବି ,ସାମାଜିକ କର୍ମୀ,ଏବଂ ଭାଷାବିତ୍ ଥିବା ଶ୍ରୀ ବ୍ରଜମୋହନ ପଣ୍ଡା ଅଭିଭକ୍ତ ସମ୍ବଲପୁର ଜିଲ୍ଲାର ଲରମ୍ଭା ଗ୍ରାମରେ (ବର୍ତମାନ ବରଗଡ଼ ଜିଲ୍ଲା) ୧୮୯୦ ମସିହା ଜୁନ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସମ୍ବଲପୁରରୁ ପ୍ରଥିମିକ ଶିକ୍ଷା ରେଭେନସା କଲେଜିଏଡ ବିଦ୍ୟାଳୟରୁ ଉଚ୍ଛବିଦ୍ୟଳୟ ଶିକ୍ଷା ଏବଂ ପରେ କଲିକତା ସ୍ଥିତ ପ୍ରେସିଡେନ୍ସି ମହାବିଦ୍ୟାଳୟରୁ ସାହିତ୍ୟ ଏବଂ ଆଇନ ଶିକ୍ଷା ଲାଭ କରିଥିଲେ ଶ୍ରୀ ପଣ୍ଡା । ଅଚିମ ଏକ ପୁରାତନ ମହାବିଦ୍ୟାଳୟ ଲରମ୍ଭା ମହାବିଦ୍ୟାଳୟ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ତୁଲାଇ ଥିଲେ ଶ୍ରୀ ପଣ୍ଡା ସାହିତ୍ୟର ଜଣେ ବିଶିଷ୍ଠ ପାଠକ ଏବଂ ଉତ୍ସହୀ ପ୍ରକାଶକ ବ୍ରଜମୋହନ ୧୯୨୫ ମସିହା ମଇ ମାସ ୧୫ ତାରିଖରେ ଶେଷନିଶ୍ଵାସ ତ୍ୟାଗ କରିଥିଲେ । ଆଜି ମଧ୍ୟ ଜଣେ ଖ୍ୟାତିସମ୍ପନ ଶିକ୍ଷାବିତ ହିସାବରେ ସେ ପରିଚିତ ।

ଶିବ ପ୍ରସାଦ ଦାସ

ଅଭିଭକ୍ତ ସମ୍ବଲପୁର ଜିଲ୍ଲାର ରୋହନିଆ ଗ୍ରାମରେ ୧୯୦୧ ମସିହା ସେପ୍ଟେମ୍ବର ୨୯ ତାରିଖରେ ଶିଶୁ ସାହିତ୍ୟିକ ଓ ଐତିହାସିକ ଶ୍ରୀ ଶିବପ୍ରସାଦ ଦାସ ଜନ୍ମଗ୍ରହଣ କରିଥିଲେ । “ସମ୍ବଲପୁର ଇତିହାସ” ଓ “ଅତୀତର ଓଡିଶା” ଭଳି ପୁସ୍ତକର ସଂକଳନ କରିଥିବା ଶ୍ରୀ ଦାସ ମଧ୍ୟ କ୍ରିଡା ଓ ପରିବେଶ ଉପରେ ଅନେକ ପୁସ୍ତକ ରଚନା କରିଥିଲେ । ସେ ଗୀତା ପ୍ରବଚନ। ଏବଂ ଗଙ୍ଗାଧର ମେହେର ବିଭିନ୍ନ ସମୟରେ ଲେଖିଥିବା ଚିଠି ଗୁଡିକର ସଂକଳନ କରିଥିଲେ । ପେଷାରେ ଜଣେ ଶିକ୍ଷକ ଥିବା ଶିବପ୍ରସାଦ ବିଶ୍ଵଭାରତୀ ନାମରେ ସମ୍ବଲପୁର ସହରରେ ଏକ ଛାପାଖାନା ପ୍ରତିଷ୍ଠା କରିଥିଲେ । ଛାପା ଶିଳ୍ପରେ ସ୍ଵଛତା ପାଇଁ ସେ ପ୍ରଶଂସାର ପାତ୍ର ଥିଲେ । ସେ ୧୯୭୬ ମସିହା ମଇ ମାସ ୨୪ ତାରିଖ ଦିନ ମୃତ୍ୟୁବରଣ କରିଥିଲେ ।

ନୃଶିଙ୍ଘ ଗୁରୁ

ପଶ୍ଚିମ ଓଡିଶାର ଗାନ୍ଧି ରୂପେ ପରିଚିତ ନୃସିଂହ ଗୁରୁ ୧୯୦୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ସରଳ, ଉତ୍ସାହୀକୃତ ଏବଂ ଦେଶାତ୍ମବୋଧ ସ୍ଵାଧୀନତା ସଂଗ୍ରାମୀ ଥିଲେ ଏବଂ ତାଙ୍କର ସ୍ଵାଧୀନତା ଆନ୍ଧୋଳନରେ ସହଭାଗୀତ ପାଇଁ ବାରମ୍ବାର ଜେଲ ଯିବାକୁ ପଡ଼ିଥିଲା । ଗରିବ ଏବଂ ନିମ୍ନ ବର୍ଗର ଲୋକଙ୍କ ସେବାରେ ନିଜକୁ ନିଯୋଜିତ କରିବାପାଇଁ ସେ ତାଙ୍କର ବାପା ଆଶ୍ରମର ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ତତସହିତ ଅନ୍ୟାନ୍ୟ ସମାଜ କଲ୍ୟାଣ ଅନୁଷ୍ଠାନ ସହିତ ଜନିତ ଥିଲେ । ଜଣେ ପ୍ରତିଶ୍ରୁତି ବଧ ସାମ୍ବାଦିକ ଭାବରେ ଦୈନିକ ଖବର କାଗଜ ସମାଜରେ ଦୁଇ ଦଶଦ୍ଧିଧରି କାମ କରିଥିଲେ । ବାହ୍ୟ ଚାକଚକ୍ୟରେ ବିମୋହିତ ନହୋଇ ସରଳ ପୋଷାକ ପରିଛେଦ ଏବଂ ଉଚ୍ଛ ଚିନ୍ତାଧାରାର ଗାନ୍ଧୀବାଦୀ ବ୍ୟକ୍ତିତ୍ଵ ଶ୍ରୀ ଗୁରୁ ୧୯୮୪ ମସିହା ଜାନୁୟାରୀ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।

ଚନ୍ଦ୍ର ଶେଖର ବେହେରା

ସମ୍ବଲପୁରର ପ୍ରଥମ ଆଇନଜୀବୀ ଏବଂ ଜଣାଶୁଣା ସ୍ଵାଧୀନତା ସଂଗ୍ରାମୀ ଶ୍ରୀ ଚନ୍ଦ୍ରଶେଖର ବେହେରା ସମ୍ବଲପୁର ସହରର ଧାନକଉଡା ଗ୍ରାମରେ ୧୮୭୩ ମସିହା ମଇ ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପଶ୍ଚିମ ଓଡିଶାରେ ଓଡିଆ ଭାଷାର ପୁନହପ୍ରତିଷ୍ଠା ପାଇଁ ସେ ସ୍ମରଣୀୟ ଥିଲେ । ସ୍ଵାଧୀନତା ସଂଗ୍ରାମରେ ଅଂଶ ଗ୍ରହଣକରି ବହୁବାର କର।ବରଣ କରିଥିଲେ । ସେ ଅନେକ ସାମାଜିକ ରାଜନୈତିକ ଏବଂ ସଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ଥିଲେ । ଉତ୍କଳ ସମ୍ବିଳିନୀର ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ଦାବି ପ୍ରକ୍ରିୟାରେ ଏକ ମୁଖ୍ୟ ଭୂମିକା ତୁଲାଇଥିଲେ ଶ୍ରୀ ବେହେରା । ସେ ୧୯୩୬ ମସିହା ଜାନୁୟାରୀ ୨୩ ତାରିଖରେ ଶେଷନିଶ୍ଵାସ ତ୍ୟାଗ କରିଥିଲେ ।

ଯଦୁନାଥ ସୁପକାର

ପଦ୍ମଶ୍ରୀ ଯଦୁନାଥ ସୁପକାର ସମ୍ବଲପୁର ସହରର ଏକ କଳାକାର ପରିବାରରେ ୧୯୩୧ ମସିହା ଫେବ୍ରୁଆରି ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଜାତୀୟ କଳାବିଦ୍ୟାଳୟ ଶାନ୍ତି ନିକେତନ ଠାରୁ ଶିକ୍ଷାଗ୍ରହଣ କରିଥିଲେ । ଜଣେ ଚିତ୍ରକଲାରୁ ବୃତ୍ତିଜୀବନ ଆରମ୍ଭ କରି କାଳକ୍ରମେ ଜଣେ ହସ୍ତଶିଳ୍ପର ତାଲିମଦାତାରେ ପରିଣତ ହୋଇ ଥିଲେ । ତାଙ୍କର ପାରମ୍ପରିକ ବୁଣା କାର୍ଯ୍ୟ ପାଇଁ ସେ ଜନମାନସରେ ଅଭୂଲା ହୋଇ ରହିଯାଇଛିନ୍ତି । ଜାତୀୟ ହସ୍ତତନ୍ତ ବୋର୍ଡରେ କ।ମକରି ସେ ରେଶମ ଚାଷ ଭିତରେ ସୀମିତ ହୋଇଯାଇଥିଲେ । ତାଙ୍କର ପରିକଳ୍ପନା ଲଣ୍ଡନ, ପ୍ୟାରିସ, ନ୍ୟୁୟର୍କ ଇତ୍ୟାଦି ସ୍ଥାନରେ ଉଚ୍ଛପ୍ରଶଂସିତ ହୋଇଥିଲେ । ସେ ବୁଣାକାର ସେବା କେନ୍ଦ୍ରରେ ନିଯୋଜିତ ଥିଲେ ଏବଂ କଳାକାରର ଉନ୍ନତିପାଇଁ କାମକରି ପ୍ରତିଷ୍ଠିତ ହୋଇଥିଲେ । ବାଦ୍ୟଯନ୍ତ୍ର ବନାଇବାରେ ନିପୁଣତା ପାଇଁ ମଧ୍ୟ ଯଦୁମଣି ଜଣାଶୁଣା ଥିଲେ ।

ଶ୍ରାଦ୍ଧକର ସୁପକାର

ସମ୍ବଲପୁରର ଜଣେ ଗୁଣସମ୍ପନ ବ୍ୟକ୍ତିତ୍ଵ ଶ୍ରୀ ଶ୍ରାଦ୍ଧକର ସୁପକାର ୧୯୧୫ ମସିହା ଏପ୍ରିଲ ମାସ ୮ ତାରିଖରେ ଝରୁଆପଡା ଠାରେ ଜନ୍ମଗ୍ରହଣ କରିଥିଲେ । ବହୁମୂଖୀ ପ୍ରତିଭାର ଅଧିକାରୀ ଶ୍ରୀ ସୁପକାରଙ୍କ ଠାରେ ଶିକ୍ଷା, ଦେଶାତ୍ମାବୋଧ, ରାଜନୈତିକ କାର୍ଯ୍ୟକଳାପ ଏବଂ ଗାନ୍ଧୀବାଦୀ ମୂଲ୍ୟବୋଧ ଦେଖିବାକୁ ମିଳିଥିଲା ଓଡିଶା ବିଧାନ ସଭାର ସେ ବିରୋଧୀ ଦଳର ନେତା ଥିଲେ । ଜଣେ ଜଣାଶୁଣା ଗବେଷକ ଭାବେ ସେ ମାନବ ବିଦ୍ୟାରେ ଡକ୍ଟରେଡ ଉପାଧି ପାଇଥିଲେ । ସେ ମଧ୍ୟ ଜଣେ ସୁଲେଖକ ଥିଲେ । ତାଙ୍କର ଜୀବନ ଚରିତ ମଧ୍ୟମ ପୁରୁଷ ଏବଂ ପୁସ୍ତକ ପ୍ରେମର ଅନେକ ରଙ୍ଗ ସାହିତ୍ୟ ଜଗତରେ ଅନେକ ଚର୍ଚାକୁ ଆସିଥିଲେ । ସେ ୧୯୯୩ ମସିହା ଜାନୁଆରୀ ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।

କାଶୀନାଥ ସିଂହ

ଉତ୍ତର ଭାରତର ବେଈଶୋତ୍ୟ।ର।ରୁ ଅଗମନକରି ସମ୍ବଲପୁରରେ ସ୍ଥାନୀୟ ବସିନ୍ଧା ହୋଇଥିଲେ ଭେଷଜ ବିଜ୍ଞାନି କାଶୀନାଥ ସିଂହ । ହଇଜା, ବସନ୍ତ ଓ ମିଳିମିଳା ଭଳି ରୋଗୀଙ୍କର ସେବା କରିଥିଲେ ସେ । ଏତଦ ବ୍ୟତୀତି ସେ ସମାଜ କଲ୍ୟାଣ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ 1874 ମସିହାରେ ଏକ ଟ୍ରସ୍ଟ ଗଠନ କରିଥିଲେ । ସମ୍ବଲପୁର ରାଜପରିବାରର ଘରୋଇ ଚିକିତ୍ସକ ହିସାବରେ କାର୍ଯ୍ୟ କରୁଥିଲେ ମଧ୍ୟ ସାଧାରଣ ଲୋକ ଧନୀ ବ ଗରିବ ସମସ୍ତଙ୍କର ସେବା କରୁଥିଲେ ।

ଡ. ଈଶାକ ସାନ୍ତ୍ରା

ଦାତବ୍ୟ ସେବା ର ପ୍ରତୀକ ଡା:ଆଇଜାକ ସାନ ୧୮୯୨ ମସିହା ସମ୍ବଲପୁର ରେ ଜନ୍ମ କରିଥିଲେ ଖ୍ରୀଷ୍ଟ ଧର୍ମଲମ୍ବୀ ହୋଇଥିବାରୁ ତାଙ୍କର ପରିବାର ତରଫରୁ ବଲାଙ୍ଗିର ସ୍ଥିତ ଏକ ମିଶନରୀ ରେ ଯୋଗଦାନ କରିବାକୁ ପରବର୍ତ୍ତି ଥିଲେ କିନ୍ତୁ ତାଙ୍କର ରୁଚି ଥିଲା ଭିନ୍ନ କଟକ ବଡ ଡକ୍ଟରଖାନ ରୁ ଡାକ୍ତରୀ ପାଶ କରି ସ୍ସେ କୁଷ୍ଟ ରୋଗ ନିବାରଣ ମିସନ ରେ ଯୋଗଦାନ କରିଥିଲେ ସେ ହାତୀବରୀ ଠାରେ ଏକ କୁଷ୍ଠାଶ୍ରମ ପ୍ରତିଷ୍ଟା କରିଥିଲେ ଏବଂ ଜଙ୍ଗଲ ଘେରା ଏହି ଅଞ୍ଚଳରରେ ରୋଗିସେବା କରିଥିଲେ ରୋଗୀ ,ଶିକ୍ଷାବିତ୍ତ ଯେପରିକି ମହାତ୍ମା ଗାନ୍ଧି ତାଙ୍କ ଗସ୍ତ ବେଳେ ଆଇଜାକ ସାନ୍ତରାଙ୍କୁ ତାଙ୍କର ମାନବିକତା ଓ ଜନହିତଙ୍କର କାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା କରିଥିଲେ ।  ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କର।ଯାଇଥିଲା । ମାନବିକ ମୂଲ୍ୟବୋଧ ଉପରେ ଆଧାରିତ ଏକ ପତ୍ରିକା “ପ୍ରଭାତୀ” ର ସମ୍ପାଦନା ମଧ୍ୟ ସେ କରିଥିଲେ । ୧୯୬୮ ମସିହା ଅଗଷ୍ଟ ୨୯ ତାରିଖରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।

ବିଶ୍ଵକସେନ ମିଶ୍ର

ବିଶ୍ଵକସେନ ମିଶ୍ର ୧୮୮୭ ମସିହାରେ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥିଲେ । ଦରିଦ୍ରତା ବିପକ୍ଷରେ ଉଦ୍ୟମକରି ସେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ସମ୍ବଲପୁର ଏବଂ ପରେ କୋଲକତାରୁ ଶିକ୍ଷାଲାଭ କରି ଜଣେ ଆଇନଜୀବୀ ହିସାବରେ ବୃତ୍ତି ଆରମ୍ଭ କରିଥିଲେ । ପରେ ନିଜକୁ ସମାଜ ସେବାରେ ନିଯୋଜିତ କରିଥିଲେ । ସରକାରୀ ଚାକିରି ତ୍ୟାଗ କରି ସେ କୃଷକ ସଂଗ୍ରାମ ଏବଂ ସମବାୟ ଆନ୍ଦୋଳନରେ ନିଜକୁ ସମିଲ କରିଥିଲେ । ଏକ ଚାଷୀ ଭଳି ସରଳ ଓ ନିରାଡମ୍ବର ଜୀବନ ଅତିବାହିତ କରିଥିଲେ ଶ୍ରୀ ମିଶ୍ର । ସେ ୧୯୫୭ ମସିହା ଦଶହରା ଦିନ ମୃତ୍ୟୁବରଣ କରିଥିଲେ ।

ବାଲୁକେଶ୍ଵର ମିଶ୍ର

ଜଣେ ପ୍ରତିଶ୍ରୁତିବଦ୍ଧ ଓ ଆଦର୍ଶ ଶିକ୍ଷକ ଏବଂ ଆଇନ ଜୀବି ହିସାବରେ ଅନେକ ଲୋକଙ୍କୁ ପ୍ରଭାବିତ କରିଥିଲେ ବାଲୁକେଶ୍ଵର ମିଶ୍ର ।  ଗୁରୁଜୀ ଭଳି ପରପିଢିର ଲୋକମାନଙ୍କ ମାନସପଟରେ ସେ ଥିଲେ । ବଲାଙ୍ଗିରର ପୃଥୀରାଜ ହାଇସ୍କୁଲ ଏବଂ ବରଗଡର ଜର୍ଜ ହାଇସ୍କୁଲ ପ୍ରତିଷ୍ଠାରେ ଅଗ୍ରଣୀ ଭୂମିକା ଥିଲା ଶ୍ରୀ ମିଶ୍ରଙ୍କର । ଉତ୍କଳ ସମ୍ବିଳନୀର ୧୯୧୫ ମସିହାରେ ସମ୍ବଲପୁରସ୍ଥିତ ସଭାର ଆଭ୍ୟର୍ଥନ। କମିଟିର ସମ୍ପାଦନ ହିସାବରେ ଦାୟିତ୍ଵ ତୁଲାଇଥିଲେ ସେ । ସେ ଅତ୍ୟନ୍ତ ସରଳ ଓ ସାଧୁତାର ଜୀବନ ନିର୍ବାହ କରୁଥିଲେ । ସେ ୧୯୪୯ ମସିହା ମଇ ମାସ ୨୭ ତାରିଖ ଦିନ ବରଗଡ ଠାରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।

ଜନାର୍ଦ୍ଦନ ପୂଜାରୀ

ଡ: ପାପା ହିସାବରେ ପରିଚିତ ଜନାର୍ଦ୍ଦନ ପୂଜାରୀ ସମ୍ବଲପୁର ଜିଲ୍ଲାର ରେଢାଖୋଲ ଠାରେ ୧୮୯୩ ମସିହା ନଭେମ୍ବର ୧୦ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ସତ୍ୟ ଓ ନିଷ୍ଠ ରେ ବିଶ୍ବାସ ରଖିଥିବା ଜନାର୍ଦ୍ଦନ କଲିକତା ରୁ ମେଡିକାଲ ଡିଗ୍ରୀ ହାସଲ କରି ସାରା ଜୀବନ ସ୍ୱାସ୍ଥ୍ୟ ସେବାରେ ନିଜକୁ ନିଯୋଜିତ କରିଥିଲେ । ସେ ଘୋର ଭାବରେ ଧର୍ମ ବିଶ୍ଵାସୀ ଥିଲେ । ବ୍ୟାପକ ଭ୍ରମଣ କରିଥିବା ଜନାର୍ଦ୍ଦନ ପୂଜାରୀ ନିଜକୁ ଜଣେ ବିଚକ୍ଷଣ ଶିକ୍ଷାବିତ ଏବଂ ଜନ ସେବକ ଭାବେ ପ୍ରତିପାଦିତ କରି ପାରିଥିଲେ ସେ ୧୯୬୧ ମସିହା ଡିସେମ୍ବର ମାସ ୫ ତାରିଖ ରେ ଦେହ ତ୍ୟାଗ କରିଥିଲେ ।

ଲକ୍ଷ୍ମୀ ନାରାୟଣ ମିଶ୍ର

ନିସ୍ଵାର୍ଥପର ସେବକ ଏବଂ ଅଗ୍ରଣୀ ସଂଗ୍ରାମୀ ଲକ୍ଷ୍ମୀ ନାରାୟଣ ମିଶ୍ର ୧୯୦୬ ମସିହା ର୍ରେ ଜନ୍ମ ଗ୍ରହଣ କରିଥିଲେ ସ୍କୁଲ କକ୍ଷରୁ ନିବୃତ ରହି ସେ ଭାରତୀୟ ଜାତୀୟ ସ୍ଵାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ଏବଂ ୧୭ ବର୍ଷ କାରବରଣ କରିଥିଲେ । ଜୈଲ ରୁ ସୁବିଧା ପାଇ ସେ ବିଦ୍ଵାନ ପାଲଟି ଯାଇଥିଲେ । ସଂପ୍ରଦାଯ , ସଂସୃତି ଓ ରାଜନେତିଜ୍ଞ ବିଚାରଧାରା ରେ ସେ ହୋଇଯାଇଥିଲେ ଜଣେ ପଣ୍ଡିତ । ସଂସୃତ ,ଉର୍ଦ୍ଦୁ ,ବଙ୍ଗଳା ,ତେଲଗୁ ,ହିନ୍ଦୀ ,ଇଂରାଜୀ ଆଦି ଭାଷା ଜଣେ ସୁନ୍ଦର ପ୍ରବଚନ ହିସାବରେ ତାଙ୍କର ସୁନାମ ଥିଲା । ସେ ଝାରସୁଗୁଡା ଠାରେ ଏକ ରେଳ ଦୁର୍ଘଟଣାରେ ପ୍ରାଣତ୍ୟାଗ କରିଥିଲେ ।