ଇତିହାସ
ସମ୍ବଲପୁର ଜିଲ୍ଲାର ଇତିହାସ
ଓଡିଶା ପ୍ରଦେଶର ପଶ୍ଚିମ ତମ ଜିଲ୍ଲା, ସମ୍ବଲପୁର ଏଠାରେ ଅଧିଷ୍ଠାତ୍ରୀ ଦେବୀ ମାଂ ସମଲେଶ୍ଵରୀଙ୍କ ନାମରେ ନାମିତ ହୋଇ ଥିବାର ବିଶ୍ଵାସ କରାଯାଏ । ଏହି ଦେବୀଙ୍କର ପ୍ରସ୍ତର ମୂର୍ତ୍ତି ସମ୍ବଲପୁର ର ପ୍ରଥମ ରାଜା ବଳରାମ ଦେବ ଙ୍କ ଦ୍ଵାରା ଆବିଷ୍କୃତ ହୋଇଥିଲେ । ଏହି ଜିଲ୍ଲା ଟି ୧୯୦୫ ମସିହା ରେ ଓଡିଶା ପ୍ରଦେଶ ମିଶିଥିଲେ । ପରବର୍ତ୍ତୀ କାଳରେ ୧୯୯୩ ମସିହାରେ ବରଗଡ ଏବଂ ୧୯୯୪ ମସିହାରେ ଝାରସୁଗୁଡା ଓ ଦେବଗଡ ଏହି ଜିଲ୍ଲା ରୁ ଅଲଗା ହୋଇଥିଲେ ।
ଭାରତୀୟ ସ୍ଵାଧୀନତା ସଂଗ୍ରାମ ରେ ସମ୍ବଲପୁରର ସହିତ ଅନେକ ଘଟଣାବଳି ଜିଲ୍ଲାର ଇତିହାସକୁ ଋଦ୍ଧିମନ୍ତ କରୁଛି। ଇତିହାସ କହେ ଚତୁର୍ଥ ଶତାବ୍ଦୀ ରେ ସମୁଦ୍ର ଗୁପ୍ତ କୋଶଳ ରାଜା ମହେନ୍ଦ୍ର ଙ୍କୁ ପରାସ୍ତ କରିଥିଲେ ଏବଂ ସମ୍ବଲପୁର କୋଶଳ ରାଜ୍ୟର ଏକ ଅଂଶ ବିଶେଷ ଥିଲା । ୫ମ ଏବଂ ୬ଷ୍ଠ ଶତାବ୍ଦୀ ରେ ସମ୍ବଲପୁର ସର୍ଭପୁରିଆ ଙ୍କ ରାଜତ୍ଵ କୁ ଆସିଥିଲା । ୭ମ ଶତାବ୍ଦୀ ରେ ପଣ୍ଡୁ ବଂଶୀ ରାଜା ତ୍ରିଭାରଦେବ ଦାୟୀତ୍ଵ ଗ୍ରହଣ କରିଥିଲେ। ୯ମ ଶତାବ୍ଦୀ ରେ ଶେଷ ଭାଗରେ ରାଜା ଜନ୍ମେଜୟ -୧ ମହାଭାବଗୁପ୍ତ ତାଙ୍କର ସାମ୍ରାଜ୍ୟ ସଂପ୍ରସାରଣ କରିଥିଲେ ଯେଉଁଥିରେ ସମ୍ବଲପୁର ଏବଂ ବଲାଙ୍ଗିର ଜିଲ୍ଲା ସାମିଲ ହୋଇଥିଲେ। ପରବର୍ତ୍ତୀ କାଳରେ ତାଙ୍କର ରାଜବଂଶ ର ନାମ ସୋମବଂଶୀ ନାମରେ ନ।ମିତ ହୋଇଥିଲା। ସୋମବଂଶୀ ରାଜତ୍ଵ ର ଶେଷ ଭାଗରେ ସମ୍ବଲପୁର କଲଚୁରୀ ଙ୍କ ଦ୍ଵାରା ଅଧିକୃତ ହୋଇଥିଲା । ୧୩ମ ଶତାବ୍ଦୀ ରେ କଳକୁରୀ ଏବଂ ଗଣ୍ଡ ମାନଙ୍କ ମଧ୍ୟରେ ତୀବ୍ର ଲଢେଇ ହୋଇଥିଲା ଏବଂ ଗଣ୍ଡ ମାନେ ସମ୍ବଲପୁର କୁ ଅଧିକୃତ କରିଥିଲେ।
୧୪ମ ଶତାବ୍ଦୀର ମଧ୍ୟ ଭାଗରେ ରାମଈ ଦେବ ପଶ୍ଚିମ ଓଡିଶା ରେ ଚୌହାନ ଶାସନ ମୂଳଦୁଆ ପ୍ରତିଷ୍ଠା କରିଥିଲେ। ୧୮୦୦ ମସିହା ଏପ୍ରିଲ ମାସ ରେ ଚୌହାନ ବଂଶ ର ରାଜତ୍ଵ ସମାପ୍ତ ହୋଇଥିଲା। ଏବଂ ସମ୍ବଲପୁର ମରଠା ମାନଙ୍କ ଅଧୀନକୁ ଚାଲିଯାଇଥିଲା। ପରିଶେଷ ରେ ଜାନୁଆରୀ ୨ ତାରିଖ ୧୮୦୪ ମସିହା ରେ ସମ୍ବଲପୁର ଜିଲ୍ଲା ବ୍ରିଟିଶ ଅଧିକୃତ ହୋଇଥିଲା ଏବଂ ୧୮୧୭ ମସିହା ରେ ବ୍ରିଟିଶ ସାମ୍ରାଜ୍ୟର ଅଂଶ ବିଶେଷ ହୋଇଥିଲା। ଏହି ସମୟ ମଧ୍ୟରେ କନ୍ଧ ଏବଂ ବିଂଝାଲ ଜମିଦାର ମାନଙ୍କର ବ୍ରିଟିଶ ଶାସନ ବିରୁଦ୍ଦରେ ସଂଗ୍ରାମ ଗୁରୁତ୍ବପୂର୍ଣ ଥିଲା । ତତ୍କାଳୀନ ସମ୍ବଲପୁର ଜିଲ୍ଲା ୩୧ ମାର୍ଚ ୧୯୯୩ ରେ ଚାରିଗୋଟି ଜିଲ୍ଲା ଭାଗହୋଇଥିଲା। ଜିଲ୍ଲାର ମୁଖ୍ୟ ଏତିହାସିକ ସ୍ଥିତିଚିହ୍ନ ହିସାବ ରେ ମନ୍ଦିର ଗୁଡିକ ପ୍ରତିଷ୍ଠା ଚୌହାନ ଶାସକ ମାନଙ୍କର ଶାସନ ସମୟ ରେ ହୋଇଥିଲା।
ଜିଲାର ଅନେକ ଏତିହାସିକ ସ୍ଥାନ ଦେଶର ବିଭିନ୍ନ ପ୍ରାନ୍ତର ପର୍ଯ୍ଯଟକ ମାନଙ୍କୁ ଅକୃଷ୍ଟ କରିଥାଏ । ହୀରାକୁଦ ନଦୀବନ୍ଧ ର ଜଳାଶୟ ସୁଦୂର ସାଇବେରିଆ ର ପକ୍ଷୀ ମାନଙ୍କର ବିଚରଣ ସ୍ଥଳୀରେ ନିୟମିତ ପରିଣତ ହୋଇଥାଏ । ହୁମ।ର ବକ୍ର ମନ୍ଦିର ,ବଡରମା (ଉଷ। କୋଠୀ) ର ଅଭୟାରଣ୍ୟ , ଖଳସୁଣୀ ଓ ଦେବ୍ରିଗଡ(ଅଭୟାରଣ୍ୟ), ଗୁଦ ଗୁଦା ଜଳପ୍ରପାତ, ଘଣ୍ଟେଶ୍ଵରୀ ମନ୍ଦିର ଅନେକ ସଂଖ୍ୟକ ପର୍ଜ୍ୟଟକଙ୍କୁ ଅକୃଷ୍ଟ କରିଥାଏ।
ଅଞ୍ଚଳରେ ଅଧିଷ୍ଟାତ୍ରୀ ଦେବୀ ସମଲେଶ୍ଵରୀ ଙ୍କ ମନ୍ଦିର ମହାନଦୀ କୁଳର ସମଲାଈ ଗୁଡି ଠାରେ ପ୍ରତିଷ୍ଟିତ। ଜିଲ୍ଲା ର ଅନ୍ୟ ଏକ ମନ୍ଦିର ବୁଢାରାଜା ଭଗବାନ ଶିବଙ୍କର ମନ୍ଦିର ଯାହାକି ସମ୍ବଲପୁର ସହର ବୁଢାରାଜା ପାହାଡ ଶିଖରରେ ଅବସ୍ଥିତ।