ଅର୍ଥବ୍ୟବସ୍ଥା
ସମ୍ବଲପୁର ଜିଲ୍ଲା ର ଅର୍ଥନୀତି ସାଧାରଣତଃ କୃଷି ଉପରେ ପର୍ଯବେଶିତ । ଏହା ବ୍ୟତୀତ ଜଙ୍ଗଲ ସମ୍ପଦ ଏହି ଜିଲ୍ଲାର ଅନ୍ୟ ତମ କ୍ଷେତ୍ର । ରାଜସ୍ୱ, ଘରୋଇ ଉତ୍ପାଦ ଏବଂ ଜୀବିକା ଦ୍ରୁଷ୍ଟିରୁ ଜଙ୍ଗଲ କ୍ଷେତ୍ରର ଗୁରୁତ୍ଵ ରହିଛି । ଜଙ୍ଗଲ ପାର୍ଶ୍ଵବର୍ତୀ ଏବଂ ମଧ୍ୟବର୍ତ୍ତୀ ଅଞ୍ଚଳର ଜନସାଧାରଣ ଜଙ୍ଗଲ ଜାତଦ୍ରବ୍ୟ ଉପରେ ଜୀବିକା ପାଇଁ ନିର୍ଭରଶୀଳ । ଅତୀତରେ ସମ୍ବଲପୁର ହୀରା ବ୍ୟବସାୟର କେନ୍ଦ୍ରସ୍ଥଳୀ ଥିଲା । ସମ୍ବଲପୁର ର କେନ୍ଦୁପତ୍ର କୁ ଓଡିଶାର ସବୁଜସ୍ବର୍ଣର ଆଖ୍ୟା ଦିଆହେ।ଇଥାଏ । ଜିଲ୍ଲାରେ ଶକ୍ତି , ଆଲୁମିନା ଏବଂ ଲୌହ ଇସ୍ପାତ ଶିଳ୍ପ କେନ୍ଦ୍ରର ଶିଲ୍ପାଯନ ପ୍ରକ୍ରିୟା ଆରମ୍ଭ ହୋଇଅଛି । ବିଶ୍ବବିଖ୍ୟାତ ବାନ୍ଧ ଶିଳ୍ପ ପାଇଁ ସମ୍ବଲପୁର ଜିଲ୍ଲା ଜଣାଶୁଣା । ସମ୍ବଲପୁରୀ ବସ୍ତରର ଅନନ୍ୟ କଳାକୃତି ପାଇଁ ଏହା ଆନ୍ତଜାତୀୟ ସୁନାମ ଅର୍ଜନ କରିଛି । ବୟନଶିଳ୍ପ ବ୍ୟତୀତ ସମ୍ବଲପୁରର ଏକ ବଳିଷ୍ଠ ଆଦିବାସୀ ପରମ୍ପରା ଏବଂ ବ୍ୟାପକ ଜଙ୍ଗଲ ଜମି ରହିଛି ।