ଜିଲ୍ଲା ସମ୍ବନ୍ଧରେ
ସମଗ୍ର ପଶ୍ଚିମ ଓଡିଶା ମଧ୍ୟରେ ସମ୍ବଲପୁର ଜିଲ୍ଲା ତାହାର ସମ୍ବଲପୁରୀ ଶାଢୀ ପାଇଁ ବିଶ୍ଵ ପ୍ରସିଦ୍ଧ। ଏହି ଜିଲ୍ଲାର ପୂର୍ବ ଦିଗରେ ଦେବଗଡ, ପଶ୍ଚିମ ଦିଗରେ ବରଗଡ, ଉତ୍ତରରେ ଝାରସୁଗୁଡା, ଦକ୍ଷିଣ ଦିଗରେ ଅନୁଗୁଳ ଏବଂ ସୁବର୍ଣପୁର ଅବସ୍ଥିତ । ସମ୍ବଲପୁର ଜିଲ୍ଲାର ଐତିହାସିକ ପୃଷ୍ଠା ଅନୁଧ୍ୟାନ କଲେ ଏଥିରେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଦେଶ ପ୍ରତି ଥିବା ଆତ୍ମ ବଳିଦାନର କାହାଣୀ ନିହିତ ଅଛି । ପାମ୍ପେ ରଚିତ ପୁସ୍ତକ ରେ ବର୍ତମାନର ସମ୍ବଲପୁର ସହରଟି ମାନଦା ନଦୀ କୁଳସ୍ଥିତ ସମ୍ବଳକ ନାମରେ ପରିଚିତ ଥିଲା । ପରବର୍ତୀ ପର୍ଯାୟରେ ସମ୍ବଲପୁର ଜିଲ୍ଲାଟି ସ୍ଵତନ୍ତ୍ର ଭାବରେ ଚାରି ଗୋଟି ଜିଲ୍ଲା ରେ ବିଭକ୍ତ ହୋଇଛି । ବରଗଡ ଜିଲ୍ଲା ୧୯୯୩ ମସିହାରେ ଏବଂ ଝାରସୁଗୁଡା ଓ ଦେବଗଡ ୧୯୯୪ ରେ ସ୍ଵତନ୍ତ୍ର ଜିଲ୍ଲା ରୂପେ ମାନ୍ୟତା ପାଇଛି ।
ଭୌଗଳିକ ଦୃଷ୍ଟିକୋଣ ରୁ ସମ୍ବଲପୁର ଜିଲ୍ଲା କ୍ଷେତ୍ରଫଳ ୬୭୦୨ ବର୍ଗ କି.ମି । ଏହା ୨୧.୪୭ ° ଉତ୍ତର ଅକ୍ଷାଂଶ ଏବଂ ୮୩.୯୭ ° ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ। ୨୦୧୧ ଜନଗଣନା ଅନୁସାରେ ସର୍ବମୋଟ ଜନସଂଖ୍ୟା ହେଉଛି ୧୦,୪୧,୦୯୯ । ପୁରୁଷ ଜନସଂଖ୍ୟା ୫,୨୬,୮୭୭ ଥିଲା ବେଳେ ମହିଳା ଜନସଂଖ୍ୟା ୫,୧୪,୨୨୨ । ସର୍ବମୋଟ ଜନସଂଖ୍ୟା ମଧ୍ୟରୁ ଅନୁସୂଚିତ ଜାତିଙ୍କ ଜନସଂଖ୍ୟା ୧,୯୧,୮୨୭ ଥିଲା ବେଳେ ଅନୁସୂଚିତ ଜନଜାତିଙ୍କ ଜନସଂଖ୍ୟା ୩,୫୫,୨୬୧ ।
ସମ୍ବଲପୁର ଜିଲ୍ଲା ପ୍ରଶାସନିକ ଦ୍ରୁଷ୍ଟିକୋଣରୁ 3 ଗୋଟି ସବ-ଡିଭିଜନରେ ବିଭକ୍ତ ଯଥା- ସମ୍ବଲପୁର, କୁଚିଣ୍ଡା,ଏବଂ ରେଢାଖୋଳ । ଏହାର 9ଟି ତହସିଲ, 9 ଟି ବ୍ଲକ, 24ଟି ପୁଲିସ ସ୍ଟେଶନ 1349ଟି ରାଜସ୍ୱ ଗ୍ରାମ ଏବଂ 138 ଟି ଗ୍ରାମ ପଞ୍ଚାଯତ ରହିଛି ।
ସମ୍ବଲପୁର ଜିଲ୍ଲାରେ ଅନୁଭୂତ ହେଉଥିବା ଗତାନୁଗତିକ ଜଳବାଯୁ ସାଥେ ବର୍ଷକୁ ସର୍ବମୋଟ ହାରାହାରି ୬୬ ବର୍ଷାକାଳୀନ ଦିନ ଏବଂ ବାର୍ଷିକ ହାରାହାରି ୧୫୩୦ ସେ.ମି ବର୍ଷା ପାତ ହୁଏ । ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଫଳରେ ଜୁନ ମାସରୁ ଅକ୍ଟୋବର ମାସ ମଧ୍ୟରେ ଏଠାରେ ସମ୍ଭାବ୍ୟ ବର୍ଷା ହୋଇଥାଏ । ମେ ମାସ ରେ ପ୍ରଚଣ୍ଡ ରୋଦ୍ର ତାପ ଯୋଗୁ ତାପମାତ୍ରା ବୃଦ୍ଧିପାଇ 47॰ ସେଲସିଯସ ପର୍ଯ୍ୟନ୍ତ ହୋଇ ପ୍ରବଳ ଗରମ ଓ ଡିସେମ୍ବର ମାସରେ ପାରଦ 11.8॰ ସେଲସିୟସ ତଳକୁ ଖସି ପ୍ରବଳ ଥଣ୍ଡା ଅନୁଭୂତ ହୁଏ । ଏଠାକାର ବର୍ଷା ପାତ ଆକସ୍ମିକ ଏବଂ ପରିବର୍ତ୍ତନଶୀଳ ଅଟେ ।
ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ବଲପୁର ଜିଲ୍ଲାବାସୀ ସାଧାରଣତଃ କୃଷି ଏବଂ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ । ଅର୍ଥନୈତିକ ଏବଂ ରାଜସ୍ୱ ଆଦାୟ ନିମନ୍ତେ ଜଙ୍ଗଲ ଏକଧାରେ ଏକ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଅଛି। ଗୃହଉପଯୋଗୀ ଦ୍ରବ୍ୟ ଏବଂ ନିତ୍ୟ ବ୍ୟବହାର୍ଜ କାର୍ଯ୍ୟରେ ଲୋକେ ସାଧାରଣତ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି । ପୁରାକାଳରେ ସମ୍ବଲପୁର ହୀରା ବ୍ୟବସାୟର ପ୍ରଧାନ କେନ୍ଦ୍ର ରୂପେ ପରିଗଣିତ ହୋଇଥିଲା । କେନ୍ଦୁପତ୍ରର ଚାହିଦା ମଧ୍ୟ ଅତୁଳନୀୟ । ଏହା ଅଣ-ଜଙ୍ଗଲ ଜାତଦ୍ରବ୍ଯ ହେଲେହେଁ ଓଡିଶା ପାଇଁ ଏହା ସବୁଜ ସ୍ଵର୍ଣ ସଦୃଶ । ପୁନଃଶ୍ଚ ଖଣିଜ ଶକ୍ତି , ଆଲୁମିନିୟମ,ଷ୍ଟିଲ ଆଦି ଖଣିଜଦ୍ରବ୍ଯ ଭରପୁର ହୋଇଥିବାରୁ ଜିଲ୍ଲାରେ ଛୋଟ ବଡ ଶିଳ୍ପ ଉଦ୍ୟୋଗ ମ।ନ ଗଢିଉଠିଛି । ସମ୍ବଲପୁର ତାହାର ବ।ନ୍ଧ କଳା ,କର୍ପସ ଏବଂ ତନ୍ତ ଶିଳ୍ପ ପାଇଁ ସର୍ବ ପ୍ରସିଦ୍ଧ । ସମ୍ବଲପୁର ହସ୍ତତନ୍ତ୍ର କଳା,ଶିଳ୍ପ ପାଇଁ ମଧ୍ୟ ଏହା ସର୍ବତ୍ର ଆଦୃତ । ଏହାର ବ।ନ୍ଧ୍ୟ କଳା ,ହସ୍ତ ଶିଳ୍ପ ପାଇଁ ଏହା ଆନ୍ତର୍ଜାତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିଅଛି । ହସ୍ତତନ୍ତ ଏବଂ ବସ୍ତ୍ର ବୁଣା କୁ ବାଦ ଦେଲେ ସମ୍ବଲପୁର ର ନିଜସ୍ଵ ଏକ ସ୍ଵତନ୍ତ୍ର ପରିଚୟ ଦେଖିବାକୁ ମିଳେ ଯାହାକି ଆଦିବାସୀ କଳା ସମ୍ପୂର୍ଣ ଏବଂ ଜଙ୍ଗଲ ଜମି ପ୍ରତି ଉସ୍ସର୍ଗୀକୃତ ।
ସମଗ୍ର ଜିଲ୍ଲା ରେ ସାଧାରଣତ ଭାବେ ଧାନ,ଗହମ,ସେସମ, ଚିନାବାଦାମ, ସୋରିଷ, ଜଡା ଡାଲି ଜାତୀୟ ଦ୍ରବ୍ଯ ଚାଷ କରାଯାଏ । ଆଖୁ ଏକ ପ୍ରଧାନ ଶସ୍ୟ ରୂପେ ଚାଷ କରାଯାଏ ।
ସର୍ବମୋଟ ସାକ୍ଷରତା ଦୃଷ୍ଟିରୁ ସମ୍ବଲପୁର ହାରାହାରି 76.91 ପ୍ରତିଶତ ଅଟେ । ଏଠାରେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ,ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଇ ପ୍ରାୟୋଗିକ ବିଶ୍ୱବିଦ୍ୟାଳୟ,ଭାରତୀୟ ପ୍ରବନ୍ଧନ ସଂସ୍ଥାନ, ବୁର୍ଲା ଭି.ଏସ.ଏସ ମେଡିକାଲ କଲେଜ ଏବଂ ରିସର୍ଚ, ଗାୟତ୍ରୀ ଫାର୍ମସୀ ମହା ବିଦ୍ୟାଳୟ , ଲାଜପତ ରାୟ ଆଇନୀ ମହା ବିଦ୍ୟାଳୟ,ସମ୍ବଲପୁର ମହିଳା ମହା ବିଦ୍ୟାଳୟ, ସମ୍ବଲପୁର ନର୍ସିଂ ମହା ବିଦ୍ୟାଳୟ ଆଦି ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନ ମାନ ରହିଛି ।
ସମ୍ବଲପୁର ଜିଲ୍ଲା ରେ କେତେକ ପ୍ରସିଦ୍ଧ ପର୍ବପର୍ବାଣି ପାଳିତ ହୁଏ । ଜୁନ ମାସରେ ପାଳିତ ହେଉଥିବା ଶୀତଳଷଷ୍ଠୀ ବିଶ୍ଵପ୍ରସିଦ୍ଧ । ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀ ଙ୍କର ପବିତ୍ର ଶୁଭବିବାହକୁ ଜନସାଧାରଣ ଶୀତଳଷଷ୍ଠୀ ପର୍ବ ରୂପେ ପାଳନ କରନ୍ତି। ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଉତ୍ସବ ନୂଆଖାଇ ଅଟେ । ଭାଇ-ଜଉତିଆ, ଦୁର୍ଗାଷ୍ଠାମୀ ଦିନ ପାଳିତ ହେଉଥିବା ଅନ୍ୟ ଏକ ପର୍ବ ଯାହାକି ଭଉଣୀ ନିଜ ଭାଇର ଦୀର୍ଘାୟୁ କାମନା କରି ଏବଂ ଶୁଭମନ।ସୀ ପୂଜା କରି ଥାଏ। ତଦନୁରୂପ ମା ମାନେ ନିଜର ପୁଅ ମାନଙ୍କର ଦୀର୍ଘାୟୁ ଏବଂ ମଙ୍ଗଳମନ।ସୀ ପ୍ରଭୁ ଦୁତୀବାହାନଙ୍କ ନିକଟରେ ପୁଅ ଜୀଉତିଆ ପର୍ବ ପାଳନ କରନ୍ତି ।
ସମ୍ବଲପୁର ମାଟିରେ ଅନେକ ସୁନାମଧନ୍ୟ ବ୍ୟକ୍ତିମାନେ ଜନ୍ମ ନେଇଛନ୍ତି । ବୀର ସୁରେନ୍ଦ୍ର ସାଏ (ସ୍ଵାଧୀନତା ସଂଗ୍ରାମୀ) ,ଗଙ୍ଗାଧର ମେହେର (ପ୍ରକୃତି କବି), ଭୀମଭୋଇ ( ଧର୍ମ ପ୍ରଚାରକ ଓ କବି), ସତ୍ୟନାରାୟଣ ବହିଦାର (ସମ୍ବଲପୁରୀ ଭାଷା ଓ ବ୍ୟାକରଣର ଆଦିକର୍ମୀ), ସ୍ଵପେଶ୍ଵର ଦାସ (ସିଦ୍ଧ କବି ଓ ବିଖ୍ୟାତ ସ।ମ୍ବାଦିକ) , ଗୋକୁଳାନନ୍ଦ ପଣ୍ଡା (ଅନନ୍ୟ କବି), ସୁନୀଲ ମିଶ୍ର (ବିଖ୍ୟାତ ହାସ୍ୟ ଲେଖକ), ବ୍ରଜମୋହନ ପଣ୍ଡା (ଶିକ୍ଷାବିତ), ଲକ୍ଷ୍ମୀନାରାୟଣ ମିଶ୍ର (ସ୍ଵାଧୀନତା ସଂଗ୍ରାମୀ) ହେଉଛନ୍ତି ଏହି ମାଟି ର ସୁଯୋଗ୍ୟ ସନ୍ତାନ ।